ଜିଏମ୍‌ଜି ଚର୍ଚ୍ଚ ଆନୁକୂଲ୍ୟରେ ଅନୁଗ୍ରହ ସୁସମାଚାର ପ୍ରାର୍ଥନା ସଭା

ସାରନଗରୀ,: ଗ୍ରେସ ମିନିଷ୍ଟ୍ରି ଓଫ ଗଡ଼ ଆନୁକୂଲ୍ୟରେ ସାରନଗରୀ କମ୍ୟୁନିଟି ସେଂଟର ଠାରେ ତିନି ଦିନ ଧରି ଚାଲିଥିବା ଅନୁଗ୍ରହ ସୁସମାଚାର ପ୍ରାର୍ଥନା ସଭା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିବସର ସଭାକୁ ଜିଏମଜି ବାଇବେଲ କଲେଜର ପ୍ରିନସିପାଲ ରେଭରେନ ସରୁଲ ବାରିକ ସଂଚାଳନ କରିଥିଲେ। ଜିଏମଜି ଚର୍ଚ୍ଚର ନିର୍ଦ୍ଦେଶକ ରେଭରେନ ଡ଼.ଅଭିଜିତ ପାଉଲ ଲାକ୍ରା ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ବକ୍ତା ଭାବେ ବିଶପ ଜୟବନ୍ତ ତିର୍କୀ ଓ ବିଶପ ମନମୋହନ ପଣ୍ଡା ଯୋଗ ଦେଇଥିଲେ । ସଭାର ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲ। ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ବିଦ୍ୟା ଷ୍ଟଡ଼ି ପଏଣ୍ଟର ନିର୍ଦ୍ଦେଶକ ସରୋଜ ବେହେରା ଯୋଗ ଦେଇଥିଲେ । ତୃତୀୟ ଦିବସରେ ଗ୍ରେସ ବାଇବେଲ କଲେଜର ପ୍ରଥମ ଗ୍ରାଜ୍ୟୁଏସନ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ।। ଏହି ସଭାରେ ସହ ନିର୍ଦ୍ଦେଶିକା ଅନୁଗ୍ରହିତା ଉଜ୍ୱାଲା, ସମ୍ପାଦକ ରେଭରେନ ରାଜେଶ ଲିମା, ରେଭରେନ ଜନ ଟେଟେ, ରେଭରେନ ସନ୍ତୋଷ ସଏ, ରେଭରେନ ଆର.ପିଟର,ପାଷ୍ଟର ଡ଼ାନିଏଲ ଓରିୟା,ପାଷ୍ଟର ରାଜେନ ଟୋପ୍ନୋ,ପାଷ୍ଟର ଆନନ୍ଦ କୁଜୁର, ଅଶୋକ ଏଡ଼ଗୁ, ସୁନୀଲ କାଣ୍ଡୁଲାନା, ବେଲସନ ପାଉଲ ସିଂ, ସାଲିକ ବଡ଼ାଇକ, ଇସମାଇଲ କାଣ୍ଡୁଲାନା, ସାଗିନ ଗୁଡ଼ିଆ, ଆଲୋକ ପାତ୍ର, ମନି ଦୟାଲ ଖାଲକୋ,ଆନନ୍ଦ କୁଜୁର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ପ୍ରାର୍ଥନା ସଭାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଶେଷରେ ରେଭରେନ ଆର.ପିଟର ପ୍ରାର୍ଥନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.