ଆଲୋକର ପର୍ବ ଦୀପାବଳି ପାଇଁ ଜାରି ହେଉ ସରକାରୀ ମାର୍ଗଦର୍ଶିକା

ସାରନଗରୀ : ପ୍ରାୟ ଦୁଇ ସପ୍ତାହ ପରେ ପାଳିତ ହେବ କାଳୀପୂଜା ତଥା ଆଲୋକର ପର୍ବ ଦୀପାବଳୀ।ଗତ ୨୦୨୦ ବର୍ଷ ପରି ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ପ୍ରତ୍ୟେକ ପର୍ବରେ ଲାଗିଥିଲା କରୋନା କଟକଣା। ଏହାକୁ ଦେଖି ଦୀପାବଳି ଉତ୍ସବ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ଚଳିତ ବର୍ଷ ଦୀପାବଳୀରେ ଆତସବାଜୀ ଅର୍ଥାତ ବାଣ ବିକ୍ରୀ ହେବ କି ନାହିଁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ମାର୍ଗଦର୍ଶିକା ଆସି ନଥିବାରୁ ଏହାକୁ ନେଇ ଦ୍ୱନ୍ଦରେ ରହିଛନ୍ତି ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ଅନେକ ବାଣ ବ୍ୟବସାୟୀ।

ଦୀପାବଳୀ ଉତ୍ସବ ଆଗମନ ହେଲେ ପ୍ରତିବର୍ଷ ବାଣ ବ୍ୟବସାୟୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। ଦୀପାବଳିରେ ବାଣ ବ୍ୟବସାୟୀ କରି ସେମାନେ ବେଶ କିଛି ରୋଜଗାର କରିଥାନ୍ତି। ଦୀପାବଳୀର ପ୍ରାୟ ମାସକ ତଳୁ ବାଣ ବ୍ୟବସାୟ କରିବା ଲାଗି ତତ୍ପର ହୋଇ ଉଠିଥାନ୍ତି। ମାତ୍ର ଦକ୍ଷିଣ ରାଉରକେଲାରେ ଏଯାଏ କୌଣସି ବ୍ୟବସାୟୀ ବାଣ ବ୍ୟବସାୟ ଲାଗି ଲାଇସେନ୍ସ ଆବେଦନ କରି ନଥିବା ଜଣାପଡ଼ିଛି। ଗତ ୨୦୧୯ ବର୍ଷ ଦୀପାବଳୀରେ ରାଉରକେଲାରେ ବାଣ ବ୍ୟବସାୟ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। ମାତ୍ର ଚଳିତ ବର୍ଷ ସରକାରୀ ସ୍ତରରେ ବାଣ ବ୍ୟବସାୟ କରିବାକୁ ଏଯାଏ କୌଣସି ମାର୍ଗଦର୍ଶିକା ଜାରି ହୋଇ ନଥିବାରୁ ଏହାକୁ ନେଇ ନେଇ ବହୁ ବାଣ ବ୍ୟବସାୟୀ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ବାଣ ବିକ୍ରି ପାଇଁ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Comments are closed.