ମେଧାବୀ ଛାତ୍ରୀଙ୍କୁ ସହାୟ ହେଲା ‘ସହାନୁଭୂତି’

ସାରନଗରୀ : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସୋନାପର୍ବତ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗଠିତ ‘ସହାନୁଭୂତି’ ସଂଗଠନ ତରଫରୁ ଚଳିତ ଶିକ୍ଷାବର୍ଷ(୨୦୨୦-୨୦୨୧) ମାଟ୍ରିକ ପରୀକ୍ଷାରେ ସୋନା ପର୍ବତ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସବିତା ଦାସ ୫୪୧ ନମ୍ବର ରଖି ସଫଳତାର ସହ କୃତିତ୍ୱ ଅର୍ଜନ କରିଥିବାରୁ ଉଚ୍ଚଶିକ୍ଷା ଆହରଣ ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସବିତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା କାରଣରୁ ‘ସହାନୁଭୂତି’ସଙ୍ଗଠନ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରାଯାଇ ଗରିବ ମେଧାବୃତି ସମ୍ମାନ ପ୍ରଦାନ କରାଯାଇଥିଲା ।

 

ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ବାସୁଦେବ ସାମଲ ୧୦ ହଜାର ଟଙ୍କାର ଏକ ଚେକ୍ ଉକ୍ତ ମେଧାବୀ ଛାତ୍ରୀଙ୍କୁ ପ୍ରଦାନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବିପିନ ବିହାରୀ ସିହ୍ନା ସଭାପତିତ୍ୱ କରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ସ୍ୱାଇଁ, କୈଳାସ ଚନ୍ଦ୍ର ପଣ୍ଡା, ଦିବାକର ବେହେରା, ସଂଯୁକ୍ତା ବେହେରା, କର୍ପୁରମ ରଥ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ସହାନୁଭୂତି ସଂଗଠନ ପକ୍ଷରୁ ସଭାପତି ସାରଦା ପ୍ରସନ୍ନ ତ୍ରିପାଠୀ, ସମ୍ପାଦକ ସୁଶାନ୍ତ କୁମାର ସାମଲ, ସହ ସମ୍ପାଦକ ସଂଜୟ ମଲ୍ଲିକ, କୋଷାଧ୍ୟକ୍ଷ ରଶ୍ମିରଂଜନ ମୁଦୁଲିଙ୍କ ସମେତ ସଦସ୍ୟ ମାନଙ୍କ ମଧ୍ୟରେ ହେମନ୍ତ କୁମାର ସିଂ, ଜଷ୍ଟିସ୍ ମାର୍ଥା, ପ୍ରଦୀପ ଜୀ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । କାର୍ୟ୍ୟକ୍ରମ ଶେଷରେ ଭାଗବତ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.