ଆଉ ନାହାନ୍ତି ସବୁରି ପ୍ରିୟ ଚିନା ମଉସା

ସାରନଗରୀ : ସାରନଗରୀ ଅଂଚଳରେ ସବୁରି ପ୍ରିୟ ଚିନା ମଉସା ଆଉ ନାହାନ୍ତି । ତାଙ୍କର ବିୟୋଗରେ ସାରନଗରୀ ସମେତ ଦକ୍ଷିଣ ରାଉରକେଲାରେ ଶୋକର ଛାୟା ଖେଳି ଯାଇଛି । ସାରନଗରୀ ଅଂଚଳର ବରିଷ୍ଠ ନାଗରିକ ଚିନ୍ମୟ ମହାପାତ୍ରଙ୍କ ୭୯ ବର୍ଷ ବୟସରେ ଆଜି ପୂର୍ବାହ୍ନରେ ପରଲୋକ ଗମନ ହୋଇଯାଇଛି । ଆଜି ସ୍ୱର୍ଗତ ଚିନ୍ମୟ ମହାପାତ୍ରଙ୍କ ଅନ୍ତିମ ସଂସ୍କାର ସାମାଜିକ ଦୂରତାକୁ ବଜାୟ ରଖି ବେଦବ୍ୟାସ ଶ୍ମଶାନ ଘାଟରେ କରା ଯାଇଥିଲା । ପୁତ୍ର ପ୍ରଭାତ ମହାପାତ୍ର ମୁଖାଗ୍ନି ଦେଇଥିଲେ । ଅନ୍ତେଷ୍ଟି କ୍ରିୟାରେ ସ୍ୱର୍ଗତ ମହାପାତ୍ରଙ୍କ ଶୁଭେଚ୍ଛୁ,ବନ୍ଧୁ, ପରିଜନ ସାମିଲ ହୋଇଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଏକାଧାରରେ ଜଣେ ସାମାଜିକ କର୍ମୀ, ଧର୍ମ ପରାୟଣ ବ୍ୟକ୍ତି, ବନ୍ଧୁ ବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ଆରଏସପିରୁ ଅବସର ଗ୍ରହଣ କରିବା ପରେ ସେ ଅଂଚଳର ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସ୍ଥାନୀୟ ଅଂଚଳର ସାରନଗରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଗୋପବନ୍ଧୁ ପ୍ରଗତି ପରିଷଦ ଓ ଅନ୍ୟ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।

Comments are closed.