ଇସ୍ତଫା ଦେଲେ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ

0

ଭୁବନେଶ୍ବର: କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଙ୍ଗଳବାର ବିଧାନସଭା ପଦରୁ ଇସ୍ତଫା ଦେଇଛନ୍ତି । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କୁନ୍ଦୁଲିର ୧୫ ବର୍ଷର ନାବାଳିକା ଛାତ୍ରୀ ବଳାତ୍କାରର ଶିକାର ହେବା ପରେ ନ୍ୟାୟ ଭିକ୍ଷା କରିଥିଲେ । ଏଥିପାଇଁ ପୀଡିତା ଜଣଙ୍କ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ସବୁ ରାଜନୈତିକ ଦଳର ନେତୃତ୍ବଙ୍କୁ ଭେଟିଥିଲେ । ହେଲେ ଶେଷରେ ନ୍ୟାୟ ପାଇବାର ଆଶା ମଉଳି ଗଲା ପରେ ପୀଡିତା ଜଣଙ୍କ ଆତ୍ମହତ୍ୟା କରିଥିଲେ । ଦଳିତ ନିରୀହ ନାବାଳିକାକୁ ନ୍ୟାୟ ଦେବାରେ ବିଫଳ ହେବା ପରେ ମୁଁ ନିଜକୁ ପ୍ରଶ୍ନ କରୁଛି କ’ଣ ପାଇଁ ମୁଁ ଲୋକ ପ୍ରତିନିଧି ହୋଇଛି ? ଯାହାର ଉତ୍ତର ମୋ ନିକଟରେ ନାହିଁ । ଲୋକ ଯେଉଁ ସମ୍ବିଧାନିକ ପଦ ମତେ ଦେଇଥିଲେ ତାକୁ ବ୍ୟବହାର କରି ଯଦି ଜଣେ ଗରିବ ଦଳିତ ନାବାଳିକାକୁ ନ୍ୟାୟ ଦେଇପାରିଲି ନାହିଁ ତେବେ ପଦବୀରେ ରହିବାର ମୋର କୌଣସି ନୈତିକ ଅଧିକାର ନାହିଁ ବୋଲି ମୁଁ ମନେ କରୁଛି । ତେଣୁ ମୁଁ ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ନେଲି ନେଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସଗରିଆ କହିଛନ୍ତି ।

Leave A Reply