ପ୍ରଥମ ଥର ପାଇଁ ବ୍ରାଣ୍ଡ୍‍ ଆମ୍ବାସାଡ଼ର ହେଲେ ସାରା : ଏହି ପ୍ରଡକ୍ଟର କରିବେ ବିଜ୍ଞାପନ

0

ମୁମ୍ବଇ : ଗତ ବର୍ଷ ବଲିଉଡ଼ରେ ପାଦ ଥାପିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଖୁବ୍‍ କମ୍‍ ସମୟ ମଧ୍ୟରେ ବହୁ ସଫଳତା ହାସଲ କରିପାରିଛନ୍ତି। ଏବେ ସେ ପୁଣି ଏକ ସଫଳତା ହାସଲ କରିଛନ୍ତି। ତାଙ୍କୁ ଏକ ପ୍ରଡକ୍ଟର ବ୍ରାଣ୍ଡ୍‍ ଆମ୍ବାସାଡ଼ର ଭାବେ ଚୟନ କରାଯାଇଛି।

ସୂଚନା ଅନୁସାରେ, ସାରା ଏକ ହେୟାର ରିମୁଭାଲ୍‍ ପ୍ରଡକ୍ଟ ପାଇଁ ବ୍ରାଣ୍ଡ୍‍ ଆମ୍ବାସାଡ଼ର ହୋଇଛନ୍ତି। ଏନେଇ ସାରା କହିଛନ୍ତି, “ମୁଁ ମୋର ପ୍ରଥମ ବ୍ରାଣ୍ଡ ବିଜ୍ଞାପନ ଚୁକ୍ତିପତ୍ରକୁ ନେଇ ଖୁବ୍‍ ଉତ୍ସାହିତ ଅଛି। ବିଶେଷ କଥା ହେଉଛି, ମୁଁ ନିଜେ ମଧ୍ୟ ଏହି ବ୍ରାଣ୍ଡ୍‍ ର ପ୍ରଡକ୍ଟ ବହୁତ ଦିନରୁ ବ୍ୟବହାର କରିଆସୁଛି”।

Leave A Reply