ସାରାଙ୍କ ଖୁସି

ବର୍ତ୍ତମାନ ବଲିଉଡ ଓ ଗଣମାଧ୍ୟମରେ ନେପୋଟିଜିମ୍ ବିବାଦ ତେଜିବାରେ ଲାଗିଛି। ଏଭଳି ସ୍ଥିତିରେ ହାତଗଣତି କେତେଜଣ କଳାକାର ସେସବୁକୁ ଭ୍ରୂକ୍ଷେପ ନ କରି ବରଂ ନିଜ ସୁଟିଂକୁ ପ୍ରାଧାନ୍ୟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସାରା ଅଲୀ ଖାନ୍। ଅକ୍ଟୋବର ବେଳକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅତରଙ୍ଗୀ ରେ’ ସୁଟିଂ ଆରମ୍ଭ ହୋଇଥାନ୍ତା, କିନ୍ତୁ ଏହା ପୂର୍ବରୁ ସେ ସୁଟିଂ ଆରମ୍ଭ କରିଛନ୍ତି। ମିଳିଥିବା ଖବର ଅନୁସାରେ, ସେ ଏକ ବିଜ୍ଞାପନ ପାଇଁ ବ୍ୟସ୍ତ ଅଛନ୍ତି। ଖୁସ୍‌ ମିଜାଜ୍‌ର ଝିଅ ସାରାଙ୍କ ମତ​‌େ​‌ର ପରିସ୍ଥିତି ସବୁବେଳେ ସମାନ ନ ଥାଏ। ଆଜି ଭଲ, କାଲି ଖରାପ, ଆଉ ଆଗାମୀ ଦିନରେ ପୁଣି ସବୁକିଛି ଠିକ୍ ହୋଇଯିବ, ଏଇ ବିଶ୍ବାସରେ ସେ ରହନ୍ତି। କିଛିଦିନ ତଳେ ରିଆ ଚକ୍ରବର୍ତ୍ତୀଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ଗଣମାଧ୍ୟମରେ ବାରମ୍ବାର ଶେୟାର୍ ହୋଇଥିଲା। ବିବାଦରେ ଥିବା ରିଆଙ୍କ ସହ ତାଙ୍କ ବନ୍ଧୁତାକୁ ନେଇ ଖବର ଉଡ଼ିବାକୁ ଲାଗିଲା। ହେଲେ ସାରା ସେଥିରେ ଆଦୌ ବ୍ୟସ୍ତ ହୋଇନଥିଲେ। ତାଙ୍କ ଦୃଢ଼ତାକୁ ଦେଖି ସିନେଜଗତର ବନ୍ଧୁମାନେ ପ୍ରଶଂସା କରିଥିବାର ପ୍ରକାଶ।

Comments are closed.