ସ୍ବପ୍ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

0

ନୂଆଦିଲ୍ଲୀ: ବିଗ୍ ବସର ପୁରୁଣା ପ୍ରତିଯୋଗୀ ତଥା ହରିୟାଣାର ପ୍ରସିଦ୍ଧ ନୃତ୍ୟାଙ୍ଗନା ସ୍ବପ୍ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି । ଗୁରୁବାର ଛଟ୍ ପୂଜା ଅବସରରେ ବିହାରରେ ସ୍ବପ୍ନା ଚୌଧୁରୀଙ୍କ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ବପ୍ନା ଚୌଧୁରୀଙ୍କ ନୃତ୍ୟ ଦେଖିବା ପାଇଁ ହଜାର ହଜାର ସଂଖ୍ୟାର ଦର୍ଶକ ଏକତ୍ରିତ ହୋଇଥିଲେ । ସ୍ବପ୍ନା ଚୌଧୁରୀଙ୍କୁ ଅତି ନିକଟରୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଏଥିରେ ଜଣଙ୍କ ପ୍ରାଣହାନି ହୋଇଛି । କାର୍ଯ୍ୟକ୍ରମସ୍ଥଳରେ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ହଜାର ହଜାର ଲୋକଙ୍କୁ ନିୟନ୍ତ୍ରଣ କରି ପାରିନଥିଲେ । ଫଳରେ ଦଳା ଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେତେକ ଆହତ ହୋଇଥିବା ଜଣାପଡିଛି ।

Leave A Reply