ଦାଦାର ଛୁରା ମାଡରେ ଆହତ ସନ୍ତୋଷୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ବଣପଲ୍ଲୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ରଙ୍କନିଧିଙ୍କ ଝିଅ ସନ୍ତୋଷୀ ନାୟକ(୧୧) ନିଜର କ୍ଷେତକୁ ମାଟି ଆଣିବାକୁ ଯାଇ ଫେରୁଥିବା ବେଳେ ନରହନ୍ତା କକା ଧନୁ ହାବୁଡ଼ରେ ପଡ଼ିଥିଲେ। ନୃଶଂସ ଦାଦା ଏକ ଭୁଜାଲିରେ ନିଜ ଝିଆରୀ ସନ୍ତୋଷୀଙ୍କ ଗଳାକୁ କାଟିବା ସହ ପେଟକୁ ଭୁଷି ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ବୁଗୁଡା, ପରେ ବ୍ରହ୍ମପୁର ଓ ଶେଷରେ କଟକ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲେ ମଧ୍ୟ ସନ୍ତୋଷୀଙ୍କ ଜୀବନ ରକ୍ଷା ହୋଇପାରିନଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ମେଡ଼ିକାଲରେ ସନ୍ତୋଷୀଙ୍କ ମୃତ୍ୟୁ ଘଟିଛି। ସନ୍ତୋଷୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାଲିପଦର ଫାଣ୍ଡି ଅଧିକାରୀଙ୍କ ସମେତ ବଣପଲ୍ଲୀ ଗ୍ରାମବାସୀ ବୃନ୍ଦ ସନ୍ତୋଷୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଧନୁ ନାୟକ ବିରୋଧରେ ବୁଗୁଡା ଥାନା କେଶ ନଂ ୩୩/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ତାହା ବର୍ତ୍ତମାନ ଏକ ହତ୍ୟା ମାମଲା ଦର୍ଶାଯାଇ ମାନ୍ୟବର ଅଦାଲତଙ୍କୁ ଅବଗତ କରାଯିବ ବୋଲି ବାଲିପଦର ଫାଣ୍ଡି ଅଧିକାରୀ ନିରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Comments are closed.