ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ବଡଗମଡା ଗ୍ରାମରେ ଅଲେଖ ମହିମା ଧର୍ମର ପୂଜ୍ୟ ପ୍ରବର୍ତ୍ତକ ତଥା ମହାନ୍‍ ସମାଜ ସଂସ୍କାରକ ସନ୍ଥକବି ଭୀମଭୋଇଙ୍କର ଷଷ୍ଠ ବର୍ଷିକ ଜୟନ୍ତୀ ସମାରୋହ ଓ ଘୃତାହୂତୀ ଯଜ୍ଞ ମହାତ୍ମା ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ସନ୍ଥକବି ଭୀମ ଭୋଇଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଆଦିବାସୀ କଲ୍ୟାଣ ସଂଘର ସଂଗଠକ ସୁରେଶ ଭୋଇ, ସମ୍ମାନୀୟ ଅତିଥି ଭାବେ ଉପଦେଷ୍ଟ ସତ୍ୟନାରାୟଣ ଭୋଇ, ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ସଭାପତି ଉଜ୍ୱଲ ସିଂ ଭୋଇ, କର୍ଲାପଡା କଲେଜର ଅଧ୍ୟାପକ ରଞ୍ଜିତ ମେହେର, କୋଶଲୀ କବି ଭକ୍ତବନ୍ଧୁ ସାହୁ, ପୂର୍ବତନ ସରପଞ୍ଚ ନାରାୟଣ ଜାଲ, କପିଲେନ୍ଦ୍ର ବାବା, ଶିକ୍ଷାବିତ୍‍ ବିଷ୍ଣୁପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଡିଙ୍ଗର ଭୋଇ ମଞ୍ଚ ପରିଚାଳନା କରିଥିଲେ। ଜୟନ୍ତୀ ସମାରୋହ ସହ ସତସଙ୍ଗ ଓ ପ୍ରବଚନ, କବିତା ପଠନ, ଭଜନ କିର୍ତ୍ତନ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହୋଇଥିଲା।

Comments are closed.