ଆମେରିକା ସାନ୍ତାକ୍ଲାରିଟା ନିକଟସ୍ଥ ଜଙ୍ଗଲରେ ନିଆଁ : ୫୦ହଜାର ଲୋକ ସ୍ଥାନାନ୍ତର

ଲସ୍‍ ଆଞ୍ଜେଲେସ୍‍ : ଆମେରିକାର ଲସ୍‍ ଆଞ୍ଜେଲେସ୍‍ର ସାନ୍ତାକ୍ଲାରିଟା ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ପ୍ରଶାସନ ସେଠାରୁ ୫୦ହଜାର ଲୋକଙ୍କୁ  ଅନ୍ୟତ୍ର ସ୍ଥାନାନ୍ତର କରିଛି । ଅଗ୍ନିଶମ ସେବା ବିଭାଗୀୟ କର୍ମକର୍ତ୍ତାମାନେ କହିଛନ୍ତି ଜଙ୍ଗଲରେ ନିଆଁ ଲାଗିବା ପରେ ଏହା ଦ୍ରୁତଗତିରେ ୫ହଜାର ଏକର ଅଞ୍ଚଳକୁ ବ୍ୟାପି ଯାଇଥିଲା । ଲସ୍‍ ଆଞ୍ଜେଲ୍‍ସଠାରୁ ୪୦ମାଇଲ ଉତ୍ତରକୁ ଜଙ୍ଗଲରେ ଏହି ନିଆଁ ଲାଗିଛି । ଏଥିରେ କେହି ଆହତ ହୋଇଥିବା ବିଷୟରେ କୌଣସି ଖବର ମିଳିନାହିଁ । ପ୍ରାୟ ୫ଶହ ଦମକଳ ନିଆଁ ଲିଭାଇବା ପାଇଁ ମୁତୟନ କରାଯାଇଛି ଓ ସେମାନଙ୍କୁ ଏୟାର ଟ୍ୟାଙ୍କର ଓ ହେଲିକପ୍ଟର ସହାୟତା କରୁଛନ୍ତି ।

Comments are closed.