ଅଧ୍ୟାପକ ଡଃ ଶଶଧର ପତିଙ୍କୁ ‘ସଂସ୍କୃତ ସେବା ସମ୍ମାନ’

ବାଲେଶ୍ୱର: ସଂସ୍କୃତ ଭାଷା ପ୍ରଚାର ଓ ପ୍ରସାର ଦିଗରେ ଉତ୍କୃଷ୍ଟ ନିଷ୍ଠା ଏବଂ ଉଲ୍ଲେଖନୀୟ ଶିକ୍ଷାଦାନ ପାଇଁ ଅଧ୍ୟାପକ ଡଃ ଶଶଧର ପତିଙ୍କୁ ଚଳିତ ବର୍ଷ ପାଇଁ ‘ସଂସ୍କୃତ ସେବା ସମ୍ମାନ’ ପ୍ରଦାନ କରାଯାଇଛି। ରବିବାର ବାଲେଶ୍ୱର ସଂସ୍କୃତି ଭବନରେ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ପରିଷଦ ଏବଂ ବେସରକାରୀ ଅଣ-ଅନୁଦାନ ଓ ଅନୁଦାନ ପ୍ରାପ୍ତ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘର ମିଳିତ ଅନୁକୁଲ୍ୟରେ ଆୟୋଜିତ ପ୍ରାଦେଶିକ ସଂସ୍କୃତ ସମ୍ମିଳନୀ ୨୦୨୦ରେ ମାହାଙ୍ଗା ତ୍ରୀନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପନାରତ ସାହିତ୍ୟ ଅଧ୍ୟାପକ ଡଃ ଶଶଧରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଆୟୋଜିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ହରିହର ହୋତା, ପୁରାତନ ଛାତ୍ର ସଂସଦ ସଭ୍ୟ ଭାସ୍କର ଚନ୍ଦ୍ର ପଣ୍ଡା, ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସମାଜସେବୀ ସୁବାସିନୀ ଜେନା, ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ କୁମାର ଦେ, ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବାଲେଶ୍ୱର ସରକାରୀ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଭ୍ୟ ପଙ୍କଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.