କୁସୁମୀ ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ

0

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ବାଘଲଟି ପଞ୍ଚାୟତର କୁସୁମୀ ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡ଼ାଖଣ୍ଡି ବିଡ଼ିଓ ଏସ.ଗିରିଧାରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋପାଳକୃଷ୍ଣ ପାଢ଼ୀ, ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦୀପକ ଆଚାରୀ, ସଂସ୍କୃତି ଶିକ୍ଷୟତ୍ରୀ ଡ଼.ସ୍ନେହଲତା କର, ଶାଳିନୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଂସ୍କୃତ ଭାଷାଗତ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାରେ ଦଶମ ଶ୍ରେଣୀର ରୁଦ୍ର ପ୍ରସାଦ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply