ବିଶ୍ବର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହେଲେ ଫିନ୍‌ଲ୍ୟାଣ୍ଡର ସନା ମରିନ୍‌

ହେଲ୍‌ସିନ୍‌କି : ବିଶ୍ବର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଫିନ୍‌ଲ୍ୟାଣ୍ଡର ସନା ମରିନ୍‌। ତାଙ୍କର ବୟସ ୩୪ବର୍ଷ। ମରିନ୍ ପ୍ରଧାନମନ୍ତ୍ରୀ ହେବା ପରେ ନେତା ଏଣ୍ଟି ରିନେଙ୍କ ସ୍ଥାନ ନେଇଛନ୍ତି। ଏହା ପୂର୍ବରୁ ସେ ଫିନ୍‌ଲ୍ୟାଣ୍ଡର ପରିବହନ ମନ୍ତ୍ରୀ ଥିଲେ। ୨୭ବର୍ଷ ବୟସରୁ ହିଁ ମରିନ୍‌ ରାଜନୀତିରେ ପାଦ ରଖିଥିଲେ।
ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମରିନ୍‌ କହିଛନ୍ତି, ଲୋକଙ୍କ ବିଶ୍ବାସ ଜିତିବା ପାଇଁ ଆମକୁ ଲୋକଙ୍କ ପାଇଁ କାମ କରିବାକୁ ହେବ।

Comments are closed.