ସଂକୀର୍ତ୍ତନ କଳାକାରଙ୍କ ମହାରାଷ୍ଟ୍ର ଗସ୍ତ

ରଥଯାତ୍ରାରେ ସେବା ପାଇଁ ଔରଙ୍ଗବାଦ ଯାତ୍ରା

ଭୁବନେଶ୍ବର : ବାରଙ୍ଗ ଅଞ୍ଚଳରୁ ଏକ ସଂକୀର୍ତ୍ତନ କଳାକାର ଦଳ ମହାରାଷ୍ଟ୍ର ଗସ୍ତ କରିଛନ୍ତି ।  ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ସେବା ପାଇଁ ଏହି ସଂକୀର୍ତ୍ତନ ମଣ୍ଡଳ ମହାରାଷ୍ଟ୍ର ଯାତ୍ରା କରିଛନ୍ତି ।
ସେଠାରେ ଔରଙ୍ଗବାଦ ସହରରେ ଓଡ଼ିଆ ଭକ୍ତମାନେ ରଥଯାତ୍ରା ପର୍ବ ପୂର୍ଣ୍ଣ ବିଧିବିଧାନ ସହିତ ପାଳନ କରନ୍ତି । ତେଣୁ ଶ୍ରୀ ଗୋପାଳଳ ଜୀଉ କୀର୍ତ୍ତନ ମଣ୍ଡଳର ଭକ୍ତମାନେ ପରମପୂଜ୍ୟ ଶ୍ରୀ ରାଧାଚରଣ ଦାଶ ମହାରାଜାଙ୍କ ଆଶୀର୍ବାଦ ନେଇ ଔରଙ୍ଗବାଦ ଯାଇଛନ୍ତି । ସାଥୀ କଳାକାର ଭାବେ ଅମିତ କୁମାର ବାଲିପଡା, ବାରଙ୍ଗ (ତବଲା), କାହ୍ନା (ହାରମୋନିୟମ), ସୁଦର୍ଶନ (ବାୟକ), ବରଦାନ,ଦାଶରଥୀ, ସୁଶାନ୍ତ(କଣ୍ଠଶିଳ୍ପୀ) ଓ ଲକ୍ଷ୍ମୀଧର ନାୟକ କଣ୍ଠଶିଳ୍ପୀ, ହାରମୋନିୟମ ବାଦକ, ଉପସ୍ଥାପକ ଓ ପରିଚାଳକ, ମହାପ୍ରଭୁଙ୍କ ରଥଯାତ୍ରାରେ ସେବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ସମାପ୍ତ କରି ଓଡ଼ିଶା ଫେରିବେ।

Comments are closed.