ଜାଣନ୍ତୁ ଶଙ୍ଖର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

0

ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ମହତ୍ତ୍ୱ ରହିଛି। ଶଙ୍ଖ ଏକ ସାମୁଦ୍ରିକ ଜୀବର ଖୋଳପା। ପୌରାଣିକ ଗାଥା ଅନୁସାରେ ଶଙ୍ଖର ଉତ୍ପତ୍ତି ସମୁଦ୍ରରୁ ହୋଇଥିବା କୁହାଯାଏ ଓ କେତେକ ଏହାକୁ ଲକ୍ଷ୍ମୀଙ୍କ ଭାଇ ବୋଲି ମଧ୍ୟ ମାନିଥା’ନ୍ତି। କଥାରେ ଅଛି ଯେଉଁଠି ଶଙ୍ଖ ଥାଏ ସେଇଠି ଲକ୍ଷ୍ମୀ ନିଶ୍ଚୟ ରହିଥା’ନ୍ତି। ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ ଉତ୍ସବ ମାନଙ୍କରେ ଶଙ୍ଖ ବଜାଇବା ଶୁଭ ବୋଲି କୁହାଯାଇଥାଏ। ଘରେ ପୂଜା ଆସ୍ଥାନରେ ଶଙ୍ଖକୁ ସା୍ଥପନ କରାଯାଇଥାଏ। ସବୁବେଳେ ଧ୍ୟାନ ରଖିବା ଆବଶ୍ୟକ ଯେ, ଶଙ୍ଖକୁ ଦୀପାବଳୀ, ହୋଲି, ମହାଶିବରାତ୍ରି, ନବରାତ୍ର, ରବି-ପୁଷ୍ୟ, ଗୁରୁ-ପୁଷ୍ୟ ନକ୍ଷତ୍ର ଆଦି ଶୁଭ ମୁହୂର୍ତ୍ତରେ ସ୍ଥାପନ କରିବା ବିଧେୟ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ଶଙ୍ଖର ମହତ୍ତ୍ୱ :

-ବିଜ୍ଞାନ ଅନୁସାରେ ଶଙ୍ଖ ଧ୍ୱନି ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।
-ବୈଜ୍ଞାନିକଙ୍କ ମତ ଅନୁସାରେ ଶଙ୍ଖ ଧ୍ୱନି ଦ୍ୱାରା ବାତାବରଣରେ ଶାନ୍ତି ଓ ପବିତ୍ରତା ଆସିଥାଏ।
-ଏହି ଧ୍ୱନିର ବିସ୍ତାରକ୍ଷେତ୍ର ପର୍ଯ୍ୟନ୍ତ କୌଣସି ଜୀବାଣୁ ରହି ପାରନ୍ତି ନାହିଁ।
-ଶଙ୍ଖରେ କିଛି ପରିମାଣର ଚୁନ ପାଣି ଭରି ପିଇଲେ ଶରୀରର କ୍ୟାଲସିୟମ ସ୍ଥିତି ସୁଦୃଢ ହୋଇଥାଏ।
-ଶଙ୍ଖ ବଜାଇବା ଦ୍ୱାରା ହୃଦ୍‍ ରୋଗ ଓ ଫୁସ୍‍ଫୁସ୍‍ ରୋଗ ହେବାର ସମ୍ଭାବନା କମ୍‍ ହୋଇଥାଏ।
ଶଙ୍ଖର ଆକାର ଅନୁସାରେ ଏହା ମୁଖ୍ୟତଃ ତିନି ପ୍ରକାର ହୋଇଥାଏ। ଯଥା- ଦକ୍ଷିଣାବୃତ୍ତି ଶଙ୍ଖ, ମଧ୍ୟାବୃତ୍ତି ଶଙ୍ଖ ଓ ବାମାବୃତ୍ତି ଶଙ୍ଖ। ଭଗବାନ ବିଷ୍ଣୁଙ୍କର ଶଙ୍ଖ ଦକ୍ଷିଣାବର୍ତ୍ତୀ ଓ ମା’ ଲକ୍ଷ୍ମୀଙ୍କ ଶଙ୍ଖ ବାମାବର୍ତ୍ତୀ ହୋଇଥାଏ। ଘରେ ବାମାବର୍ତ୍ତୀ ଶଙ୍ଖ ସ୍ଥାପନା କଲେ ଆଦୌ ଧନର ଅଭାବ ହୋଇନଥାଏ।

ଶଙ୍ଖ ପ୍ରୟୋଗ ବିଧି :

-ଧଳା ରଙ୍ଗର ଶଙ୍ଖ ଆଣନ୍ତୁ।
-ଏହାକୁ ଗଙ୍ଗାଜଳ ଓ କ୍ଷୀରରେ ଧୋଇ ଶୁଦ୍ଧ କରନ୍ତୁ।
-ତା’ପରେ ଗୋଲାପି ବସ୍ତ୍ରରେ ଗୁଡ଼ାଇ ପୂଜାସ୍ଥାନରେ ରଖନ୍ତୁ।
-ସକାଳ ଓ ସନ୍ଧ୍ୟାରେ ପୂଜା ପରେ ତିନି ତିନି ଥର ଶଙ୍ଖ ବଜାନ୍ତୁ।
-ବଜାଇ ସାରିବା ପରେ ତାକୁ ଧୋଇ ପୁଣି ସେହି ସ୍ଥାନରେ ରଖିଦିଅନ୍ତୁ।
ଶଙ୍ଖ ବଜାଇବା ବେଳେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ :
-ଶଙ୍ଖକୁ କୌଣସି ବସ୍ତ୍ର କିମ୍ବା ଆସନ ଉପରେ ହିଁ ରଖନ୍ତୁ।
-ସକାଳେ ଓ ସନ୍ଧ୍ୟାରେ ହିଁ ଶଙ୍ଖ ବଜାନ୍ତୁ, ସବୁବେଳେ ନୁହେଁ।
-ଶଙ୍ଖ ବଜାଇ ସାରିବା ପରେ ଏହାକୁ ଧୋଇ କରି ରଖନ୍ତୁ, ନିଜ ଶଙ୍ଖ ଅନ୍ୟକୁ ଦିଅନ୍ତୁ ନାହିଁ ଓ ଅନ୍ୟ ଶଙ୍ଖ ମଧ୍ୟ ବ୍ୟବହାର କରନ୍ତୁ ନାହିଁ।

Leave A Reply