ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁଁ ସ୍ନାନ ବେଦୀକୁ ଆସି ପାରିବେ ନାହିଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ . – ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ଯୋଗୁଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଚଳିତବର୍ଷ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଗତ କିଛି ଦିନ ତଳେ ଗୋବର୍ଦ୍ଧନା ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା।

ଜୁଲାଇ ଦୁଇ ତାରିଖରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୁରୀ ପ୍ରତ୍ୟାବର୍ତ୍ତନ କରିବେ । ସେ ପାରମ୍ପରିକ ଭାବରେ ରଥଯାତ୍ରାରେ ଯୋଗ ଦେଇ ଶ୍ରୀଗୁଣ୍ଡିଚା ଦିନ ରଥାରୂଢ ଶ୍ରୀଜୀଙ୍କୁ ରଥରେ ଚଢି ଦର୍ଶନ କରିବେ ।

Comments
Loading...