ବିଜୟ ହଜାରେ ଟ୍ରଫିରେ ସାମସନ୍‌ଙ୍କ ରେକର୍ଡ ଦ୍ବିଶତକ

କର୍ଣ୍ଣାଟକ: ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ କରିବାର ରେକର୍ଡ ହାସଲ କରିଛନ୍ତି କେରଳର ସଞ୍ଜୁ ସାମ୍‌ସନ। ଶନିବାର ଏହି ଟୁର୍ଣ୍ଣାମେଣ୍ଟରେ ଗୋଆ ବିପକ୍ଷରେ ସାମ୍‌ସନ ୨୧୨ ରନ୍ ସ୍କୋର୍ କରିଥିଲେ। ବିଜୟ ହଜାରେ ଟ୍ରଫିରେ ଏହା ୨ୟ ଦ୍ବିଶତକ। ଗତବର୍ଷ ଉତ୍ତରାଖଣ୍ଡର କର୍ଣ୍ଣବୀର କୌଶଳ ବିଜୟ ହଜାରେ ଟ୍ରଫିରେ ସିକ୍କିମ୍ ବିପକ୍ଷରେ ୨୦୨ ରନ୍ ସ୍କୋର୍ କରିଥିଲେ। ଶନିବାରର ମ୍ୟାଚ୍‌ରେ କେରଳ ୫୦ ଓଭରରେ ୩ ୱିକେଟ ହରାଇ ୩୭୭ ରନ୍ କରିଥିଲା। ସଞ୍ଜୁ ସାମସନ୍‌ ୧୨୯ ବଲ୍‌ରୁ ୨୧ଟି ଚୌକା ଓ ୧୦ଟି ଛକା ସହ ୨୧୨ ରନ୍‌କରି ଅପରାଜିତ ଥିଲେ। ସଚିନ ବେବି ୧୨୭ ରନ୍‌ କରିଥିଲେ। ୩ୟ ୱିକେଟ ପାଇଁ ସାମ୍‌ସନ୍ ଓ ସଚିନ୍ ୩୩୮ ରନ୍ ଯୋଡ଼ିଥିଲେ; ଯାହା ମଧ୍ୟ ବିଜୟ ହଜାରେ ଟ୍ରଫିରେ ଏକ ରେକର୍ଡ। ୫୦ ଓଭରରେ ୫ ୱିକେଟରେ ୨୭୩ ରନ୍‌କରି ଗୋଆ ୮ ୱିକେଟ ହରାଇ ୨୭୩ ରନ୍‌କରି ୧୦୪ ରନ୍‌ରେ ପରାସ୍ତ ହୋଇଥିଲା। ସାମ୍‌ସନ୍ ଏହି ଦ୍ବିଶତକ ହାସଲ କରିଥିବାରୁ ତାଙ୍କୁ ଭାରତୀୟ ସୀମିତ ଓଭର ଦଳରେ ସ୍ଥାନ ମିଳିବ ବୋଲି ଆଶା କରାଯାଉଛି।

Comments are closed.