ଚଳଚ୍ଚିତ୍ର ‘ସଞ୍ଜୁ’ର ନିର୍ମାତାଙ୍କୁ ଓକିଲ ନୋଟିସ

0

ମୁମ୍ବଇ : ମୁମ୍ବଇ ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଗ୍ୟାଙ୍ଗଷ୍ଟର ଅବୁ ସାଲେମ୍‍ ବଲିଉଡ ଚଳଚ୍ଚିତ୍ର ‘ସଞ୍ଜୁ’ର ନିର୍ମାତାଙ୍କୁ ଓକିଲ ନୋଟିସ ଜାରି କରିଛି। ଚଳଚ୍ଚିତ୍ରରେ ତାଙ୍କ ସମ୍ପର୍କରେ ଭୁଲ୍‍ ତଥ୍ୟ ଉପସ୍ଥାପନ କରାଯାଇଥିବା ଅଭିଯୋଗ କରି ସାଲେମ୍‍ ଏହି ନୋଟିସ ଜାରି କରିଛି। ନୋଟିସରେ ନିର୍ମାତାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିବାବେଳେ ଏହାର ଜବାବ ୧୫ଦିନ ମଧ୍ୟରେ ଦେବାକୁ କୁହାଯାଇଛି। ଅନ୍ୟଥା ଚଳଚ୍ଚିତ୍ର ନିର୍ମାତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବାକୁ ସାଲେମ ଧମକ ଦେଇଛି। ନୋଟିସର ଫିଲ୍ମ ନିର୍ମାତା ରାଜୁ ହିରାନି, ବିଧୁ ବିନୋଦ ଚୋପ୍ରା ଓ ଅନ୍ୟମାନଙ୍କ ନାମ ରହିଛି।

Leave A Reply