୨୦୦କୋଟି କ୍ଲବରେ ‘ସଞ୍ଜୁ’

0

ମୁମ୍ବଇ : ରଣବୀର କାପୁର ଅଭିନୀତ ସଞ୍ଜୁ ବକ୍ସ ଅଫିସ ଜୋରଦାର ରୋଜାଗାର କରୁଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ସବୁଠାରୁ ଦ୍ୱିତିୟ ବୃହତ୍ତମ ଚଳଚ୍ଚିତ୍ରର ମାନ୍ୟତା ହାସଲ କରିଛି। ଗୋଟେ ସପ୍ତାହ ମଧ୍ୟରେ ୨୦୦କୋଟି କ୍ଲବରେ ସାମିଲ ହେବାରେ ସଞ୍ଜୁ ଚତୁର୍ଥ ଚଳଚ୍ଚିତ୍ର। ଚଳଚ୍ଚିତ୍ର ସଞ୍ଜୁ ବଲିଉଡରେ ଅନେକ ରେକର୍ଡ ସୃଷ୍ଟି କରିଛି ଯାହାକୁ ଭାଙ୍ଗିବାକୁ ସହଜ ହେବ ନାହିଁ ବୋଲି ଚଳଚ୍ଚିତ୍ର ସମିକ୍ଷକ କହିଛନ୍ତି। ବର୍ତ୍ତମାନ ସଞ୍ଜୁ ନିଜର ଦ୍ୱିତିୟ ସପ୍ତାହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ସପ୍ତାହରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ସଞ୍ଜୁ ୩୦୦କୋଟି କ୍ଲବରେ ସାମିଲ ହେବାପାଇଁ ଚେଷ୍ଟା କରିବ।

Leave A Reply