ସଞ୍ଜୀବ ପଣ୍ଡା ହେଲେ ଏଡିଜି

0

ଭୁବନେଶ୍ୱର : ୧୯୯୪ ମସିହା ବ୍ୟାଚ୍‍ର ଆଇପିଏସ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ରାଜ୍ୟ ସରକାର ଶନିବାର ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ପଣ୍ଡା ପୂର୍ବରୁ ରାୟଗଡା, ରାଉରକେଲା, ବାଲେଶ୍ୱର ଓ ପୁରୀ ଜିଲାର ଏସ୍‍ପି ଭାବେ କାର୍ଯ୍ୟ କରିଥିଲେ। କୋରାପୁଟଠାରେ ଡିଆଇଜି ଭାବେ କାର୍ଯ୍ୟ କରିବା ପରେ ଏସ୍‍ଆଇଜି ଡିଆଇଜି ଭାବେ ନକ୍ସଲ ଦମନ କ୍ଷେତ୍ରରେ ବେଶ୍‍ ଉଲ୍ଲେଖନୀୟ କାର୍ଯ୍ୟ କରିପାରିଥିଲେ। ପଦୋନ୍ନତି ପାଇବା ପରେ ସେ ଆଇଜି ପର୍ସନେଲ, ଆଧୁନିକୀକରଣ, ଏସ୍‍ଏପି ଓ ଏସସିଆରବି ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସମ୍ପ୍ରତି ଶ୍ରୀ ପଣ୍ଡା ରାଜ୍ୟ ପରିବହନ କମିସନର ରହିଛନ୍ତି। ଶ୍ରୀ ପଣ୍ଡା ଜଣେ ଦକ୍ଷ ଅଫିସର ଭାବେ ସୁଖ୍ୟାତି ଅର୍ଜନ କରିପାରିଛନ୍ତି। ପରିବହନ କମିସନରଭାବେ ସେ ଯୋଗ ଦେବା ପରେ ଇ ଚାଲାଣ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ପୁରୀଠାରେ ଅନୁଷ୍ଠିତ ହୋଇଆସୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ସେ ବିଗତ ୭ ବର୍ଷ ଧରି ଟ୍ରାଫିକ୍‍ ନିୟନ୍ତ୍ରଣ ଦାୟିତ୍ୱରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ବିଶେଷକରି ବିଗତ ନବକଳେବର ସମୟରେ ଟ୍ରାଫିକ୍‍ ନିୟନ୍ତ୍ରଣ ଦିଗରେ ତାଙ୍କର ଭୂମିକା ବେଶ୍‍ ପ୍ରଶଂସନୀୟ ହୋଇପାରିଥିଲା। ତାଙ୍କ ଘର କଟକ ଜିଲା ଅନ୍ତର୍ଗତ ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ।

Leave A Reply