ବୋର୍ଡ ସଭାପତି-ଦକ୍ଷିଣ ଆଫ୍ରିକା ‘ଏ’ ମ୍ୟାଚ୍‍ରେ ସଞ୍ଜୟ ମ୍ୟାଚ୍‍ ରେଫେରୀ

0

କଟକ : ଜୁଲାଇ ୨୯ରୁ ୩୧ ପର୍ଯ୍ୟନ୍ତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ କ୍ରିକେଟ ଦଳ ବିରୋଧରେ ଭାରତୀୟ ବୋର୍ଡ ସଭାପତି ଏକାଦଶ ୩ ଦିନିଆ ମ୍ୟାଚ୍‍ ଖେଳିବ। ଏହି ମ୍ୟାଚ୍‍ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‍ରେ ଖେଳାଯିବ। ଏହି ଆନ୍ତର୍ଜାତିକ ମ୍ୟାଚ୍‍ ପାଇଁ ଓଡ଼ିଶାର ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ସଞ୍ଜୟ ରାଉଳଙ୍କୁ ବିସିସିଆଇ ମ୍ୟାଚ୍‍ ରେଫେରୀ ମନୋନୀତ କରିଛି। ପୂର୍ବରୁ ବହୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍‍ ରେଫେରୀ ଦାୟିତ୍ୱ ନିର୍ବାହ କରିଥିବା ସଞ୍ଜୟ ରାଉଳଙ୍କର ଏହା ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‍ ହେବ। ଏହି କୃତିତ୍ୱ ପାଇଁ ସଞ୍ଜୟଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‍ ଅଭିନନ୍ଦନ ଜଣାଇଛି। ପୂର୍ବତନ ଅଲ୍‍ରାଉଣ୍ଡର ସଞ୍ଜୟ ରାଉଳ ଭାରତ ପାଇଁ ୨ଟି ଦିନିକିଆ ମ୍ୟାଚ୍‍ ଖେଳିଥିବା ବେଳେ ୮୯ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ ଖେଳିଛନ୍ତି। ପୁଣି ଜଣେ ଓଡ଼ିଆ ଭାବେ ଏକ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‍ରେ ମ୍ୟାଚ୍‍ ରେଫେରୀ ଦାୟିତ୍ୱ ତୁଲାଇବାରେ ସଞ୍ଜୟଙ୍କ ପାଇଁ ଗର୍ବର ବିଷୟ।

Leave A Reply