କାର୍‌ରେ ଜଳିଗଲେ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ

ନାସିକ : ମହାରାଷ୍ଟ୍ରର ବରିଷ୍ଠ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ସେ ଯାଉଥିବା କାର୍‌ରେ ସର୍ଟସର୍କିଟ ଯୋଗୁଁ ଅଚାନକ ନିଆଁ ଲାଗିଯିବାରୁ କାର୍‌ ଜଳିଯିବା ସହ ଏଥିରେ ଥିବା ସିନ୍ଦେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସିନ୍ଦେ ନିଜ ଅଙ୍ଗୁର ବଗିଚା ପାଇଁ କୀଟନାଶକ ଆଣିବାକୁ ଯାଉଥିବାବେଳେ ମୁମ୍ବଇ-ଆଗ୍ରା ଜାତୀୟ ରାଜପଥର ପିମ୍ପଲଗାଁ ବସୱନ୍ତ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାର୍‌ର କେନ୍ଦ୍ରୀୟ ତାଲା ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲା। ସେ କାର୍‌ରୁ ବାହାରିପାରି ନ ଥିଲେ। ସ୍ଥାନୀୟ ଲୋକେ ଏହା ଦେଖିପାରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ; କିନ୍ତୁ ସେମାନେ ପହଞ୍ଚିଲାବେଳକୁ ସିନ୍ଦେଙ୍କର ମୃତ୍ୟୁ ହୋଇଥିଲା।

Comments are closed.