ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ; କ୍ଷମା ମାଗିଲେ ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତ। ସେ କହିଛନ୍ତି ଯେ ଯଦି ମୋ ବୟାନ କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ ଦୁଃଖିତ ଏବଂ ମୁଁ ମୋ ବୟାନକୁ ଫେରାଇ ନେଉଛି। ଏହା ପୂର୍ବରୁ ନିଜ ବୟାନ ଉପରେ ସଫେଇ ଦେଇ କହିଥିଲେ ଯେ, ମୁଁ ଇନ୍ଦିରା ଗାନ୍ଧୀ ଓ ନେହେରୁଙ୍କୁ ସର୍ବଦା ସମ୍ମାନ ଦିଏ। ମୋ ମନରେ ଉଭୟଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି। କରୀମ ଲାଲାଙ୍କ ସହ ବହୁ ନେତାଙ୍କ ସାକ୍ଷାତ ହୁଏ। ଆଫଗାନିସ୍ତାନର ପଠାଣଙ୍କ ନେତା ଭାବରେ କରୀମ ଲାଲାଙ୍କ ସହ ନେତାଙ୍କର ସାକ୍ଷାତକାର ହୁଏ। ଏପରିକି କରୀମ ଲାଲାଙ୍କ କାର୍ଯ୍ୟାଳୟରେ ବହୁ ନେତାଙ୍କ ଫଟୋ ମଧ୍ୟ ରହିଛି। ସମସ୍ୟା ଜାଣିବା ପାଇଁ ସବୁ ନେତା ତାଙ୍କ ସହ ସାକ୍ଷାତ କରୁଥିଲେ।

ସୂଚନାଯୋଗ୍ୟ, ସଞ୍ଜୟ ରାଉତ ଏକ ସାକ୍ଷାତକାରରେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅନେକ ଥର ଅଣ୍ଡରୱାର୍ଲ୍ଡ ଡନ୍ କରୀମ ଲାଲାଙ୍କୁ ଭେଟିଥିଲେ। ଏଥିପାଇଁ ସେ ପାୟଧୁନୀ ଆସୁଥିଲେ। ପାୟଧୁନୀ ମୁମ୍ବାଇର ଏକ ସ୍ଥାନ। ଏହାକୁ ନେଇ କଂଗ୍ରେସ ପକ୍ଷରୁ କଡା ସମାଲୋଚନା କରାଯାଇଥିଲା। କଂଗ୍ରେସ ନେତା ସଞ୍ଜୟ ନିରୂପମ ଟୁଇଟ୍‌ କରି ଏହାକୁ ବିରୋଧ କରିବା ସହ ନିଜ ବୟାନ ଫେରାଇ ନେବାକୁ ଦାବି କରିଥିଲେ।

Comments are closed.