ସଞ୍ଜୟ-ମାଧୁରୀ ୨୫ ବର୍ଷ ପରେ ଏକାଠି

ଅଭିନେତା ସଞ୍ଜୟ କପୁର ଏବେ ୱେବ୍‌ ସିରିଜ୍‌ରେ କାମ କରିବାରେ ଖୁବ୍ ଆଗ୍ରହୀ। ତାଙ୍କ କହିବାର କଥା ହେଲା, ଅନ୍ତତଃ ଏସବୁ ସିରିଜ୍‌ରେ କାମ କଲେ ଚଳଚ୍ଚିତ୍ର ହିଟ୍‌ ହେବାର ମାନସିକ ଚିନ୍ତା ଥାଏ। ନାସିକ୍‌ରେ ଏକ ସୁଟିଂରେ ବ୍ୟସ୍ତ ଥିବା ସଞ୍ଜୟ ଯଥା ଶୀଘ୍ର ମୁମ୍ବଇ ଫେରି ଆଗାମୀ ସିରିଜ୍‌‌ରେ କାମ କରିବାକୁ ଖୁବ୍ ବ୍ୟଗ୍ର। କାରଣ ହେଲା, ତାଙ୍କ ଘନିଷ୍ଠ ବନ୍ଧୁ ମାଧୁରୀ ଦୀକ୍ଷିତଙ୍କ ସହ ଏଥିରେ ସେ କାମ କରିବେ। ଦୀର୍ଘ ୨୫ ବର୍ଷ ପରେ ଦୁହେଁ ଅନ୍-ସ୍କ୍ରିନ୍ କାମ କରିବେ। ସିନେଜଗତରେ ତାଙ୍କ ବଡ଼ ଭାଇ ଅନିଲ କପୁର ଓ ମାଧୁରୀଙ୍କ ଯୋଡ଼ିକୁ ୯୦ ଦଶକରେ ସୁପରହିଟ୍ ଯୋଡ଼ି ଭାବେ ଦର୍ଶକ ପସନ୍ଦ କରୁଥିଲେ। ୧୯୯୫ରେ ‘ରାଜା’ ଚଳଚ୍ଚିତ୍ରରେ ସଞ୍ଜୟ ଓ ମାଧୁରୀ ପ୍ରଥମଥର କାମ କରିଥିଲେ। ସୁପରହିଟ୍ ହୋଇଥିଲା ଚଳଚ୍ଚିତ୍ରଟି, ଏହା ପରେ କିନ୍ତୁ ଦୁହିଁଙ୍କୁ ଆଉ ଏକାଠି କାମ କରିବାର ସୁଯୋଗ ମିଳିନଥିଲା। ସେଇ ଚଳଚ୍ଚିତ୍ରର ଗୋଟିଏ ଗୀତ ‘ଅଖିୟାଁ ମିଲାଏ କଭି ଅଖିୟାଁ ଚୂରାଏ’ ଦର୍ଶକ ମହଲରେ ଖୁବ୍ ଆଦୃତ ହେବା ସହ ଆଜି ପର୍ଯ୍ୟନ୍ତ ସଞ୍ଜୟ ଅନେକ ପାର୍ଟିରେ ସେହି ଗୀତରେ ନୃତ୍ୟ କରିଥିବାର କହିଛନ୍ତି। କରନ୍ ଜୋହର୍ ପ୍ରଯୋଜିତ ଏଇ ୱେବ୍‌ ସିରିଜ୍ ସତ୍ୟ ଘଟଣା ଉପରେ ଆଧାରିତ।

Comments are closed.