ଓଡ଼ିଶା ଗସ୍ତରେ ଜାତୀୟ ଚେସ ମହାସଂଘ ଅଧ୍ୟକ୍ଷ ସଞ୍ଜୟ କପୁର

ଭୁବନେଶ୍ୱର: ଜାତୀୟ ଚେସ ମହାସଂଘର ଅଧ୍ୟକ୍ଷ ଡଃ ସଞ୍ଜୟ କପୁର ଆସନ୍ତାକାଲି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଚେସ ମହାସଂଘର ଅଧ୍ୟକ୍ଷଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବିଦ୍ୟାଳୟରେ ଚେସ ଖେଳକୁ ବାଧ୍ୟତାମୂଳକ କରିବା ପାଇଁ ଏକ ପ୍ରୟାସ। ସେ ପୂର୍ବରୁ ଅନ୍ୟ ପଦାଧିକାରୀଙ୍କ ସହ ପଞ୍ଜାବ ଗସ୍ତ କରିଥିଲେ। ଓଡିଶା ଗସ୍ତରେ ତାଙ୍କ ସହ ମହାସଂଘ ସଚିବ ଭାରତ ସିଂ, ଉପାଧକ୍ଷ୍ୟ ଭାବେଶ ପଟେଲ ଏବଂ କୋଷାଧ୍ୟକ୍ଷ ନରେଶ ଶର୍ମା ଆସୁଛନ୍ତି। ଓଡ଼ିଶା ଚେସ ଆସୋସିଏସନ ସଭାପତି ରଂଜନ ମହାନ୍ତି ଏହି ସୂଚନା ପ୍ରଦାନ କରିଛନ୍ତି।

Comments are closed.