କରୋନା ସଂକ୍ରମିତ ହେବା ପରେ କ୍ବାରେଣ୍ଟାଇନରେ ଗଲେ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା

ନୂଆଦିଲ୍ଲୀ: କଂଗ୍ରେସର ଅନ୍ୟତମ ଟାଣୁଆ ନେତା ତଥା ମୁଖପାତ୍ର ସଞ୍ଜୟ ଝା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ତାଙ୍କର ସ୍ବାବ୍ ପଜିଟିଭ୍ ଆସିବା ପରେ ସେ ସ୍ବେଚ୍ଛା ସଙ୍ଗରୋଧରେ ରହିଛନ୍ତି । ଏ ସମ୍ପର୍କରେ ନିଜେ ଶ୍ରୀ ଝା ଟ୍ବିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ କୋବିଦ-୧୯ ପଜିଟିଭ୍ ଶିକାର ହୋଇଛି ଓ ଘରେ ସ୍ବେଚ୍ଛା ସଙ୍ଗରୋଧରେ ରହିଛି । କରୋନାକୁ ଆଦୌ ଉପେକ୍ଷା କରନ୍ତୁ ନାହିଁ ଏବଂ ନିଜର ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି ।

Comments are closed.