ସଞ୍ଜୁ ହିଟ୍‍, ସଞ୍ଜୟ ଦତ୍ତଙ୍କ ଚଳଚ୍ଚିତ୍ର ଫ୍ଲପ୍‍

0

ମୁମ୍ବଇ : ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀଙ୍କ ଉପରେ ଆଧାରିତ ତଥା ରାଜକୁମାର ହିରାନିଙ୍କ ନିର୍ଦେଶିତ ଚଳଚ୍ଚିତ୍ର ସଞ୍ଜୁ ୩୦୦ କୋଟି ଆୟ କ୍ଲବରେ ପ୍ରବେଶ କରିଛି। ମୁକ୍ତିଲାଭରୁ ଦେଢ ମାସ ମଧ୍ୟରେ ସଞ୍ଜୁ ୩୩୪.୭୫ କୋଟି ଆୟ କରିଛି। ସଞ୍ଜୁକୁ ଦର୍ଶକ ଖୁବ୍‍ ପ୍ରଶଂସା କରିଛନ୍ତି। ଏବେ ବି ସଞ୍ଜୁ ଚାଲୁଥିବା ପ୍ରେକ୍ଷାଳୟ ହାଉସ୍‍ ଫୁଲ ରହୁଛି।
ଏପଟେ ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ସାହେବ ବିୱି ଓ ଗ୍ୟାଙ୍ଗଷ୍ଟାର-୩’ ବକ୍ସ ଅଫିସରେ ଫ୍ଲପ୍‍ ହୋଇଛି। ଏହା ଭଲ ବ୍ୟବସାୟ କରିପାରି ନାହିଁ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିବାରୁ ନିର୍ଦେଶକ ତିଗମାଂଶୁ ଧୁଲିଆ ଚିନ୍ତାରେ ଥିବା ଖବର ଆସିଥିଲା। ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି ଦର୍ଶକଙ୍କୁ କୌଣସି ପ୍ରଭାବ ପକାଇ ନାହିଁ ବୋଲି ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି। ଚଳଚ୍ଚିତ୍ର ଖରାପ ବ୍ୟବସାୟ ପାଇଁ ନିର୍ଦେଶକ ନିଜକୁ ଦାୟୀ କରିଛନ୍ତି। ସେ ନିଜର ଆଗାମୀ ଚଳଚ୍ଚିତ୍ରରେ ଏଥିପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି।

Leave A Reply