କାଲି ବିଧାନସଭାରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌, କନ୍‌ଭେନସନ ସେଣ୍ଟରର ବିଶୋଧନ କାର୍ଯ୍ୟ ଜାରି

ଭୁବନେଶ୍ଵର: ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୩୦ରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ। ତେବେ ଏଥର ବିଧାନସଭାରେ ଗୃହ କାର୍ଯ୍ୟ ନ ହୋଇ ଲୋକସେବା ଭବନ ପରିସରରେ ଥିବା କନ୍‌ଭେନସନ ସେଣ୍ଟରରେ କାର୍ଯ୍ୟ ଚାଲିବ। ଏଥିପାଇଁ କନଭେନସନ ସେଣ୍ଟରକୁ ସାନିଟାଇଜ କରାଯାଉଛି। ମନ୍ତ୍ରୀ ଓ ବିଧାୟକମାନେ ଯେଉଁ ଆସନରେ ବସିବେ ସେସବୁକୁ ବିଶୋଧନ କରାଯିବା ସହିତ ସମ୍ପୂର୍ଣ୍ଣ ସେଣ୍ଟରକୁ ସାନିଟାଇଜ କରାଯାଉଛି। ବିଏମସିର ସ୍ବାସ୍ଥ୍ୟ ଟିମ୍‌ ଏବଂ ଅଗ୍ନିଶମ କର୍ମଚାରୀମାନେ ଏହି ସାନିଟାଇଜ କରୁଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା କାଲି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ। ରାଜ୍ୟରେ ଚିହ୍ନଟ ହୋଇଥିବା ୩ୟ କରୋନା ଆକ୍ରାନ୍ତ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭାରେ କାର୍ଯ୍ୟ ନ ହୋଇ ଲୋକସେବା ଭବନ ପରିସରସ୍ଥ କନଭେନସନ ସେଣ୍ଟରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ କାର୍ଯ୍ୟ ଆରମ୍ଭ ପୂର୍ବରୁ କନଭେନସନ ସେଣ୍ଟରକୁ ବିଶୋଧନ କରାଯାଉଛି।

Comments are closed.