ତିଗିରିଆ ବ୍ଲକରେ ରାସ୍ତାଘାଟ ସାନିଟାଇଜ କରୁଛି ପ୍ରଶାସନ

ତିଗିରିଆ: କଟକ ଜିଲା ତିଗିରିଆ ବ୍ଲକରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପର ହୋଇପଡ଼ିଛି। ବ୍ଳକର ବିଭିନ୍ନ ଅଞ୍ଚଳ ଏବଂ ରାସ୍ତାଘାଟକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗ ସହାୟତାରେ ପ୍ରଶାସନ ଏହି କାର୍ଯ୍ୟ ଜାରି ରଖିଛି। ରାସ୍ତାଘାଟ ସମେତ କେତେକ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି।