ସାରା ଦେଶରେ ଆରମ୍ଭ ହେଲା ଗ୍ରାମୀଣ ପରିମଳ ସର୍ଭେ

0

ନୂଆଦିଲ୍ଲୀ : ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଅଧୀନରେ ସାରା ଦେଶରେ ବୁଧବାରଠାରୁ ସର୍ବବୃହତ୍‍ ଗ୍ରାମୀଣ ପରିମଳ ସର୍ଭେ ଆରମ୍ଭ କରାଯାଇଛି। ଏହି ସର୍ଭେ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ପରିମଳ ସ୍ତର ଆଧାରରେ ଜିଲ୍ଲାଗୁଡ଼ିକର ମାନ୍ୟତା ସ୍ଥିର କରାଯିବ।
ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) କାର୍ଯ୍ୟକ୍ରମ ଅଧୀନରେ ଶୌଚାଳୟ ନିର୍ମାଣ ଓ ବ୍ୟବହାର, ସର୍ବସାଧାରଣ ସ୍ଥାନରେ ଶୌଚାଳୟ ପର୍ଯ୍ୟବେକ୍ଷଣ ଏବଂ ନାଗରିକ ମାନଙ୍କଠାରୁ ମତାମତ ସଂଗ୍ରହକୁ ଏଥି ପାଇଁ ମାନଦଣ୍ଡ ରଖା ଯାଇଛି। ଏହି ସର୍ଭେଦ୍ୱାରା ଦେଶରେ ପରିମଳ ସେବାରେ ଉନ୍ନତି ଆଣିବାପାଇଁ ମୌଳିକ ଭିତ୍ତିଭୂମି ବିକାଶ କରାଯାଇପାରିବ।
ଆସନ୍ତା ବର୍ଷ ଅକ୍ଟୋବର ଦୁଇ ତାରିଖ ସୁଦ୍ଧା ସ୍ୱଚ୍ଛ ଭାରତ ଲକ୍ଷ୍ୟ ହାସଲ ପାଇଁ ଏହି ପଦକ୍ଷେପ ନିଆଯାଉଛି।

Leave A Reply