ଶନିଦେବଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

0

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଓ ମକର-କୁମ୍ଭ ରାଶିଙ୍କ ସ୍ୱାମୀ ଅଟନ୍ତି। ପ୍ରତ୍ୟେକ ଶନିବାର ତେଲ ଦାନ କରିବା ଦ୍ୱାରା ଶନିଙ୍କ ବିଶେଷଙ୍କ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶନିଦେବଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା….
ଶନିଦେବଙ୍କୁ କର୍ମର ପ୍ରଧାନ ଦେବତା ବୋଲି କୁହାଯାଏ। ଅର୍ଥାତ ଶନିଦେବ ସଭିଁଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି।
ସଠିକ ପରିଶ୍ରମ, ଧର୍ମର ପାଳନ ଓ ସଭିଁଙ୍କ ସମ୍ମାନ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ସର୍ବଦା ରହିଥାଏ।
ପ୍ରତ୍ୟେକ ଶନିବାର ଦିନ ସୋରିଷ ତେଲ ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି।
ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ବୃକ୍ଷକୁ ଜଳ ଅର୍ପଣ କରିବା ସହ ପୂଜାର୍ଚ୍ଚନା ଓ ପରିକ୍ରମା କରନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ ବିଶେଷ କୃପା ମିଳେ।
ପ୍ରତ୍ୟେକ ଶନିବାର ଦିନ ଶମି ବୃକ୍ଷକୁ ମଧ୍ୟ ପୂଜା କରନ୍ତୁ।
ଶନିଦେବଙ୍କୁ ତେଲ ଅର୍ପଣ କରିବା ସମୟରେ ଧ୍ୟାନ ଦେବେ ଯେପରି ତାହା ଏଣେତେଣେ ପଡ଼ୁନଥିବ।
ଶନିବାର ଦିନ କଳା ରାଶି ଓ ଚମଡ଼ା ଜାତୀୟ ଦ୍ରବ୍ୟ ଦାନ କରନ୍ତୁ।
ଶନିଦେବଙ୍କୁ ତେଲର ଦୀପ ଅର୍ପଣ କରନ୍ତୁ। ଏତଦ ବ୍ୟତୀତ ପ୍ରତ୍ୟେକ ଶନିବାର ପ୍ରଭୁ ହନୁମାନଙ୍କ ନିକଟରେ ସୋରିଷ ତେଲର ଦୀପ ଲଗାଇ ହନୁମାନ ଚାଳିଶା ପାଠ କରନ୍ତୁ।

Leave A Reply