ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଟେନିସ୍‍ ତାରକା

0

ନୂଆଦିଲ୍ଲୀ : ଟେନିସ୍‍ କ୍ରୀଡ଼ାବିତ୍‍ ସାନିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ମଙ୍ଗଳବାର ସକାଳେ ସାନିଆଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର୍‍ ଶୋଏବ ମଲିକ ସାମାଜିକ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟର୍‍ ଆକାଉଣ୍ଟରେ ଲେଖିଛନ୍ତି, “ଖୁବ୍‍ ଖୁସିର ସହ ଜଣାଉଛି ଯେ, ପୁଅ ହୋଇଛି। ମାଆ ଓ ଛୁଆ ଦୁହେଁ ସୁସ୍ଥ ଅଛନ୍ତି”।

ଏହି ଖବରକୁ ନେଇ ବଲିଉଡ଼୍‍ ଚଳଚ୍ଚିତ୍ର ନିର୍ମାତା ଫରାହା ଖାନ୍‍ ଖୁବ୍‍ ଉତ୍ସାହିତ ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ସେ ଉଭୟ ସ୍ୱାମୀ-ସ୍ତ୍ରୀ ଓ ସପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, “ମୁଁ ମାଉସୀ ହୋଇଗଲି। ଶେଷରେ ବହୁଦିନ ପରେ ଖୁସିଖବର ଆସିଗଲା। ସାନିଆ-ଶୋଏବ ଓ ସପରିବାରଙ୍କୁ ଶୁଭେଚ୍ଛା। ଭଗବାନ ତୁମକୁ ଆଶୀଷ ପ୍ରଦାନ କରନ୍ତୁ”। ତେବେ ପୂର୍ବରୁ ସାନିଆ ଓ ଫରାହାଙ୍କୁ ବହୁ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି।

ସାନିଆ ପିଲାକୁ ଜନ୍ମ ଦେଇସାରିବା ପରେ ଖୁବ୍‍ ଶୀଘ୍ର ପୁଣି ଟେନିସରେ ପାଦ ଦେବାର ଆଶା ରଖିଛନ୍ତି ବୋଲି କହିଥିଲେ। ତେବେ ସେ ୨୦୨୦ର ଟୋକିଓ ଅଲମ୍ପିକ୍ସରେ ଖେଳିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।

ସାନିଆ ୨୦୧୦ରେ ପାକିସ୍ତାନୀ କ୍ରିକେଟର୍‍ ଶୋଏବ ମଲିକଙ୍କୁ ବିବାହ କରିଥିଲେ।

Leave A Reply