ଏବେ ସାନିଆ ଫିଟ୍‌ – ଖେଳିବେ ଦୁବାଇ ଓପନ୍

ଦୁବାଇ: ଗତ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍‌ ଟୁର୍ଣ୍ଣାମେଣ୍ଟ ଅଧାରୁ ଓହରି ଯାଇଥିଲେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା। ତେବେ ସେ ଏବେ ଫିଟ୍‌ ହୋଇ ଯାଇଛନ୍ତି। ବୁଧବାର ଏଠାରେ ଆରମ୍ଭ ହେଉଥିବା ଦୁବାଇ ଓପନ୍ ଟୁର୍ଣ୍ଣାମେଣ୍ଟରେ ସାନିଆ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ୩୩ ବର୍ଷ ବୟସ୍କା ସାନିଆ ଫ୍ରାନ୍‌ସର କାରୋଲିନ୍ ଗାର୍ସିଆଙ୍କ ସହ ସାଥୀ ହୋଇ ମହିଳା ଡବଲ୍‌ସ ଖେଳିବେ। ପ୍ରଥମ ରାଉଣ୍ଡରେ ସାନିଆ ରୁଷିଆର ଯୋଡ଼ି ଆଲା କୁଦ୍ର୍ୟାତ୍ସେଭା ଓ କାଟାରିନା ସ୍ରୋବୋଟ୍‌ନିକ୍‌ଙ୍କ ବିପକ୍ଷରେ ଖେଳିବେ। ସନ୍ତାନ ପ୍ରସବ ଯୋଗୁଁ ସାନିଆ ୨ ବର୍ଷ ଟେନିସ୍ କୋର୍ଟରୁ ଦୂରେଇ ରହିଥିଲେ। ତେବେ ଗତମାସରେ ହୋବାର୍ଟ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଖେଳି ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ସାନିଆ ଓ ୟୁକ୍ରେନ୍‌ର ନାଡିଆ କିଚେନକ୍‌ ହୋବାର୍ଟରେ ମହିଳା ଡବଲ୍‌ସ ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ତେବେ ଅଷ୍ଟ୍ରେଲିଆନ୍ ଓପନ୍‌ରେ ମହିଳା ଡବଲ୍‌ସର ପ୍ରଥମ ରାଉଣ୍ଡ ମ୍ୟାଚ୍ ଖେଳୁଥିବା ବେଳେ ଆହତହୋଇ ଓହରି ଯାଇଥିଲେ।

Comments
Loading...