ଶନିଦେବଙ୍କ ବିଷୟରେ କିଛି ଅଜଣା କଥା

ଶନିବାର ଦିନଟି ଶନିଦେବଙ୍କର ଅଟେ। ଏହି ଦିନରେ ଶନିଦେବଙ୍କର ପୂଜା, ବ୍ରତ କରିବା ଦ୍ବାରା ଆଶାନୁଯାୟୀ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଶନିଦେବଙ୍କର କିଛି ମହିମା ସମ୍ବନ୍ଧରେ ..

ଶନିଦେବ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି। ଶନିଦେବ ମନୁଷ୍ୟଙ୍କୁ ନିଜର ଭଲ ଓ ଖରାପପ ଉଭୟ କର୍ମ ପାଇଁ ଫଳ ଦେଇଥାଆନ୍ତି।

ଶନିଦେବଙ୍କୁ ନ୍ୟାୟାଧିଶ କୁହାଯାଏ। କାରଣ ସେ ରାଗି ହେଲେ ମଧ୍ୟ ସମସ୍ତଙ୍କ ପ୍ରତି ସଠିକ ଭାବେ ନ୍ୟାୟ କରିଥାଆନ୍ତି।

ଶନିଦେବଙ୍କ ପ୍ରିୟ ରଙ୍ଗ କଳା ଅଟେ। ସେଥିପାଇଁ ଶନିଙ୍କ ପୂଜା ବେଳେ କଳା ରଙ୍ଗକୁ ବିଶେଷ ଭାବେ ମହତ୍ତ୍ବ ଦିଆଯାଇଥାଏ।

ଶନିଙ୍କୁ ଲୁହା ପସନ୍ଦ। ଲୁହା ସବୁଠାରୁ ଅଧିକ ଉପଯୋଗ୍ୟ ଓ ଶକ୍ତିଶାଳୀ ଅଟେ।

ଶନିଦେବଙ୍କ ପ୍ରିୟ ବସ୍ତୁ – ସୋରିଷ ତେଲ, ଲୁହା, କଳା ରାଶି, ଜୋତା ଓ ଚପଲକୁ ଯେକୌଣସି ବ୍ୟକ୍ତିଙ୍କୁ ଦାନ କରି ପାରିବା।

ଶନିଦେବଙ୍କୁ ପୂଜା କରିବା ଦ୍ବାରା ବ୍ୟକ୍ତି ରୋଗମୁକ୍ତ ଓ ଆୟୁ ବୃଦ୍ଧି ହୋଇଥାଏ।

ଶନିଦେବଙ୍କୁ କଳି ଯୁଗରେ ସାକ୍ଷାତ ଭଗବାନ କୁହାଯାଏ।

 

Comments are closed.