ଆଜି ବର୍ଷର ଶେଷ ଶନିବାର; ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭଫଳ

ଆଜି ହେଉଛି ୨୮ ଡ଼ିସେମ୍ବର ,୨୦୧୯ ବର୍ଷର ଶେଷ ଶନିବାର। ଧାର୍ମିକ ମାନ୍ୟତା ଅନୁଯାୟୀ ଶନିବାରଟି ପ୍ରଭୁ ଶନିଦେବଙ୍କୁ ସମର୍ପିତ ଅଟେ। ଏହି ଦିନ ପ୍ରଭୁଙ୍କୁ ପୂଜା କଲେ ଶନିଦେବ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ବହୁ ସମୟରେ ଶନିଦେବଙ୍କ କୁପ୍ରଭାବରୁ ବ୍ୟକ୍ତିଙ୍କ ଜୀବନରେ ବହୁ ପ୍ରଭାବ ପକାଇଥାଏ। ବର୍ଷର ଶେଷ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। – ଧାର୍ମିକ ମାନ୍ୟତା ଅନୁଯାୟୀ ପ୍ରଭୁଙ୍କୁ ତେଲ ଅର୍ପଣ କରନ୍ତୁ। ଏହା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଶନିଦେବଙ୍କୁ କର୍ମଫଳର ଦାତା ବୋଲି କୁହାଯାଏ। ଏପରି ମାନ୍ୟତା ରହିଛି ଯେ, ଶନିଦେବ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି। ସର୍ବଦା ଉତ୍ତମ କର୍ମ କରିବାକୁ ଚେଷ୍ଟା କରନ୍ତୁ।
ଶନିବାର ପ୍ରଭୁ ହନୁମାନଙ୍କୁ ମଧ୍ୟ ସମର୍ପିତ। ତେଣୁ ପ୍ରଭୁ ହନୁମାନଙ୍କୁ ନିଶ୍ଚୟ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ମିଳିଥାଏ। ଜୀବନର ବାଧାବିଘ୍ନ ଦୂର ହୋଇଥାଏ।
ପ୍ରଭୁଙ୍କୁ ପ୍ରସନ୍ନ କରିବାର ଉପାୟ …..
ସବର୍ଦା ପ୍ରଭୁ ଶ୍ରୀରାମଙ୍କ ନାମ ଜପ କରନ୍ତୁ।
ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ।
ଏହି ଉପାୟ କରିବା ଦ୍ୱାରା ଶନିଙ୍କ କୁପ୍ରଭାବ ମଧ୍ୟ ଦୂର ହୋଇଥାଏ।
ସମ୍ଭବତଃ ଶନିବାର ଦିନ ସୁନ୍ଦରାକାଣ୍ଡର ପାଠ କରାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

Comments are closed.