ଶନି ଅମାବାସ୍ୟାରେ ରାଶି ଅନୁସାରେ ମିଳିବ ଶୁଭଫଳ

0

ନୂଆବର୍ଷର ଆରମ୍ଭରେ ପଡୁଥିବା ଶନିଶ୍ଚରୀ ଅମାବାସ୍ୟା କାର୍ଯ୍ୟକ୍ଷେତ୍ରରେ ଲାଭଦାୟକ ରହିବ। ପୌଷ ମାସର ଶନିବାର ଦିନ ଏହି ଅମାବାସ୍ୟା ପଡୁଛି। ଧନୁ ରାଶିରେ ଶନିଙ୍କ ସହ ସୂର୍ଯ୍ୟ, ବୁଧ ଓ ଚନ୍ଦ୍ର ରହିଛନ୍ତି। ତେଣୁ ଶନିବାର ଦିନ ଗ୍ରହମାନଙ୍କର ସଂଯୋଗ ରହିଛି। ଏହା ଏକ ରାଜଯୋଗ ଅଟେ। ଶନିଦେବ ବ୍ୟବସାୟୀମାନଙ୍କ ପାଇଁ ଲାଭ କରିବେ। ଶନିଶ୍ଚରୀ ଅମାବାସ୍ୟା ଦିନ ସୋରିଷ ତେଲର ବିଶେଷ ଭାବେ ବ୍ୟବହାର କରନ୍ତୁ। ସୋରିଷ ତେଲରେ ବେସନର ପକୁଡି ଛାଣି ଗରିବମାନଙ୍କୁ ଦାନ କରନ୍ତୁ। ରାଶି ତେଲର ଦୀପ ଘର ଓ ଦୋକାନରେ ଜଳାନ୍ତୁ। ରାଶି ଅନୁସାରେ ଶନିଶ୍ଚରୀ ଅମାବାସ୍ୟା ଦିନ କ’ଣ ହେବ ଜାଣନ୍ତୁ ..

ମେଷ : ଏହି ରାଶିର ବ୍ୟକ୍ତିଙ୍କୁ ଶନିଦେବଙ୍କ କୃପାରୁ ନୂଆ ଚାକିରୀ ମିଳିବ। ଶନିଶ୍ଚରୀ ଅମାବାସ୍ୟା ଦିନ ଷ୍ଟିଲର କଡା ଧାରଣ କରନ୍ତୁ।

ବୃଷ : ଏହି ରାଶିର ବ୍ୟକ୍ତିଙ୍କୁ ଋଣଭାର, ରୋଗରୁ ମୁକ୍ତି ଓ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିବ। ଶନିଶ୍ଚରୀ ଅମାବାସ୍ୟା ଦିନ ଅଶ୍ବତ୍ଥ ବୃକ୍ଷର ଛୋଟ କାଠକୁ କଳା ଫିତାରେ ବେକରେ ଧାରଣ କରନ୍ତୁ।

ମିଥୁନ : ଏହି ରାଶିର ବ୍ୟକ୍ତିଙ୍କର ଶନିଙ୍କ କୃପାରୁ ଆର୍ଥିକ ସ୍ଥିତି​ରେ ସୁଧାର ଆସିବ। ତେଣୁ ଉପାସରେ ଥିବା ବ୍ୟକ୍ତିଙ୍କୁ ଶନିଶ୍ଚରୀ ଅମାବାସ୍ୟା ଦିନ ଖାଦ୍ୟ ଦାନ କରନ୍ତୁ। ନୀଳ ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ।

କର୍କଟ : ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କୁ ମାନ-ସମ୍ମାନ, ବୁଦ୍ଧି ଓ ଯାନବାହନ କ୍ରୟ କରିବାର ଯୋଗ ରହିଛି। ଶନିଶ୍ଚରୀ ଅମାବାସ୍ୟା ଦିନ ଆଠମୁଖି ରୁଦ୍ରାକ୍ଷର ମାଳା ଧାରଣ କରନ୍ତୁ।

ସିଂହ : ଶନିଙ୍କ କୃପା ଭାଈ ଓ ଭଉଣୀମାନଙ୍କ ଉପରେ ରହିବ। ତେଣୁ ଶନିବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଏହାସହ କଳା ରଙ୍ଗର ବସ୍ତୁ ଦାନ କରନ୍ତୁ।

କନ୍ୟା : ଶନି ଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କୁ ନୂତନ ଜମି କିଣିବାର ଯୋଗ ରହିଛି। ଶନିଶ୍ଚରୀ ଅମାବାସ୍ୟା ଦିନ ଏକ ଷ୍ଟିଲ ପାତ୍ରରେ କଳା ରାଶି ନେଇ ଆଲମାରୀରେ ରଖି ଦିଅନ୍ତୁ।

ତୁଳା : ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଚାକିରୀରେ ପଦୋନ୍ନତି ହେବ। ତେଣୁ ଶନିଶ୍ଚରୀ ଅମାବାସ୍ୟା ଦିନ ମାଟିର ପାତ୍ରରେ ଯଅ ଭର୍ତ୍ତି କରି ଘରେ ରଖନ୍ତୁ।

ବିଛା : ଏହି ରାଶିର ବ୍ୟକ୍ତିଙ୍କୁ ଶନିଙ୍କ କୃପାରୁ ବିଦେଶରେ ପାଠ ପଢିବାର ସୁଯୋଗ ମିଳିବ। ତେଣୁ ଶନିଶ୍ଚରୀ ଅମାବାସ୍ୟାରେ ଷ୍ଟିଲର ଏକ ପାତ୍ରରେ ସୋରିଷ ତେଲ ଭର୍ତ୍ତି କରି ଖଟ ତଳେ ରଖି ଦିଅନ୍ତୁ।

ଧନୁ : ଶନିଙ୍କ କୃପାରୁ ଚାକିରୀ, ବ୍ୟବସାୟ ଓ ଶିକ୍ଷାରେ ଅଧିକ ଉନ୍ନତି ହେବ। ତେଣୁ ଶନିଶ୍ଚରୀ ଅମାବାସ୍ୟାରେ ହାତର ମଧ୍ୟମା ଆଙ୍ଗୁଠୀରେ ଲୁହାର ମୁଦି ଧାରଣ କରନ୍ତୁ। ଏହାସହ ବିରି ଦାନ କରନ୍ତୁ।

ମକର : ଏହି ରାଶିର ବ୍ୟକ୍ତିଙ୍କର ଚାକିରୀରେ ସମସ୍ୟା ଉତ୍ପନ୍ନ ହେବ। ତେଣୁ ମିଛ କୁହନ୍ତୁ ନାହିଁ। ରାଶି ଲଡୁ ଦାନ କରନ୍ତୁ।

କୁମ୍ଭ : ଶନି ଦେବଙ୍କ କୃପାରୁ ବିଦେଶରେ ଚାକିରୀ ହେବାର ସମ୍ଭାବନା ରହିଛି। ପିତାଙ୍କ ସହ ଝଗଡା କରନ୍ତୁ ନାହିଁ। ଘରର ମୁଖ୍ୟ ଦ୍ବାରରେ ଶନିଶ୍ଚରୀ ଅମାବାସ୍ୟା ଦିନ ସୋରିଷ ତେଲର ଦୀପ ଜଳାନ୍ତୁ।

ମୀନ : ଏହି ରାଶିର ବ୍ୟକ୍ତିଙ୍କର ଘରୋଇ ଚାକିରୀରେ ପଦୋନ୍ନତି ହେବ। ଆୟ ମଧ୍ୟ ବୃଦ୍ଧି ହେବ। ତେଣୁ ଶନିଶ୍ଚରୀ ଅମାବାସ୍ୟା ଦିନ ଶନିଦେବଙ୍କୁ ଲଡୁ ଚଢାନ୍ତୁ।

Leave A Reply