MEllora 950×100

ବିଦ୍ୟାଭାରତୀ ସଙ୍ଗଠନ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ଓ ଶିଶୁବାଟିକା କ୍ରୀଡାଙ୍ଗନ ଉଦ୍‌ଘାଟିତ

କେନ୍ଦୁଝରଗଡ : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ପକ୍ଷରୁ ବିଦ୍ୟାଭାରତୀ ସଙ୍ଗଠନ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତଙ୍କୁ ଗୁରୁବାର ସମ୍ବର୍ଦ୍ଧନା କରାଯାଇଛି। ଏକ ବର୍ଣ୍ଣଢ୍ୟ ସମାରୋହରେ ବିଦ୍ୟାଳୟ ବୌଦ୍ଧିକ ମଣ୍ଡପଠାରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡ.କାର୍ତ୍ତିକ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟାଭାରତୀ କ୍ଷେତ୍ରୀୟ ସଙ୍ଗଠନ ଉପସଭାପତି ଦିବାକର ଘୋଷ, ଶିକ୍ଷା ବିକାଶ ସମିତି ଉପସଭାପତି ଗାୟତ୍ରୀ ବାହିନୀ ପତି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାନ୍ତଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶିଶୁବାଟିକାରେ ନିର୍ମିତ କ୍ରୀଡାଙ୍ଗନକୁ ସଙ୍ଗଠନ ମନ୍ତ୍ରୀ ଶ୍ରୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା’ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.