ବିଶ୍ବର ସବୁଠୁ ମହଙ୍ଗା ସ୍ୟାଣ୍ଡୱିଚ୍‌

ମହାମାରୀ କବଳରୁ ବିଶ୍ବ ଏ ପର୍ଯ୍ୟନ୍ତ ମୁକ୍ତ ହୋଇପାରିନାହିଁ। ଭୟ ସହ ତାଳ ଦେଇ ଲୋକେ ସେମାନଙ୍କ ଜୀବନଜୀବିକାକୁ ପୁଣି ଆଦରି ନେଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବ୍ୟବସାୟୀମାନେ ଭିନ୍ନ ଉପାୟରେ ବ୍ୟବସାୟ ଆରମ୍ଭ କଲେଣି। ନିକଟରେ ଚିକାଗୋର ଏକ ରେସ୍ତୋରାଁ ଏଇଭଳି ଅଭିନବ ପଦକ୍ଷେପ ​‌​‌ନେଇ ଚର୍ଚ୍ଚାରେ ଅଛି। ପିବି ଆଣ୍ଡ ଜେ ରେସ୍ତୋରାଁର ମାଲିକ ବିଶ୍ବର ସବୁଠୁ ମହଙ୍ଗା ସ୍ୟାଣ୍ଡୱିଚ୍‌ ତିଆରି କରିଛନ୍ତି। ସ୍ୟାଣ୍ଡୱିଚ୍‌ ପାଉଁରୁଟିରେ ତରଳ ସୁନା ମିଶା ହୋଇଥିବାବେଳେ ନ୍ୟୁଜିଲାଣ୍ଡରୁ ବିଶେଷ ଭାବେ ବରାଦ୍ ହୋଇଥିବା ମହୁ ମଧ୍ୟରେ ଏଥିରେ ମିଶ୍ରିତ। ଏହି ସ୍ୟାଣ୍ଡୱିଚ୍‌ର ମୂଲ୍ୟ ୨୫ ହଜାର ୫୮୯ ଟଙ୍କା ଧାର୍ଯ୍ୟ ହେବା ସହ ଗ୍ରାହକ ଗୋଟିଏ ଦିନ ପୂର୍ବରୁ ବରାଦ୍ ଦେବା ଜରୁରୀ। ସେଠା ରୋଷେୟାଙ୍କ ମତରେ ରେସ୍ତୋରାଁର ଏଇ ମହଙ୍ଗା ସ୍ୟାଣ୍ଡୱିଚ୍‌ ବାବଦରେ ଘୋଷଣା ହେବା ପରେ ଲକ୍‌-ଡାଉନ୍ ପରେ ପ୍ରଥମଥର ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ଏଇ ଦାମୀ ସ୍ୟାଣ୍ଡୱିଚ୍‌କୁ ଦେଖିବ​‌ା ନିମନ୍ତେ କେବଳ ସେଠାକୁ ଆସୁଛନ୍ତି। n

Comments are closed.