ମଧୁସେତୁ ଉପରେ ୬ ଇଞ୍ଚ ମୋଟାରେ ବାଲିର ଆସ୍ତରଣ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ କେବେ?

ଗୁରୁଡିଝାଟିଆ: କଟକରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସେତୁ ଉପରେ ପଡିଛି ୬ଇଞ୍ଚ ମୋଟର ବାଲିର ଆସ୍ତରଣ। ସେତୁର ପ୍ରୋଟେକ୍ଟ ୱାଲଠାରୁ ପ୍ରାୟ ୪ଫୁଟ ଚଉଡାରେ ଏପାଖ ମୁଣ୍ଡରୁ ଶେଷମୁଣ୍ଡ ପର୍ଯ୍ୟନ୍ତ ବାଲିର ଆସ୍ତରଣ ରହିଛି। ଏହାଦ୍ୱାରା ଦୈନିକ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯଦି ଅନୁଧ୍ୟାନ କରାଯାଏ ଗତ ୬ମାସ ଭିତରେ ୩ଜଣଙ୍କ ଜୀବନଦୀପ ମଧ୍ୟ ଲିଭିଗଲାଣି।ଏହି ରାସ୍ତାଦେଇ ଜିଲ୍ଲା ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଓ ରାସ୍ତା ଓ କୋଠାବାଡି ବିଭାଗର ବରିଷ୍ଠ ଅଧିକାରୀମାନେ ଯାଆସ କରୁଛନ୍ତି। ଏପରିକି ବହୁ ଉ୍‍ଚ୍ଚପଦସ୍ଥ ଅଧିକାରୀ ପ୍ରାତଃ ଭ୍ରମଣରେ ଯାଇଥାନ୍ତି। ରାସ୍ତାପାର୍ଶ୍ବରେ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ପଡିଥିବା ବାଲିର ଆସ୍ତରଣକୁ ମଧ୍ୟ ଦେଖନ୍ତି। ପରିତାପ ର ବିଷୟ ସେତୁ ଉପରୁ ବାଲିକୁ ସଫା କରାଯାଉନାହିଁ। ରାସ୍ତା କୋଠାବାଡି ବିଭାଗର ଏପରି ଅଣଦେଖା ବହୁ ଗାଡିଚାଳକ ଙ୍କ ଜୀବନଦୀପକୁ ଲିଭାଇଦେଉଛି ବୋଲି ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ସେତୁର ପାର୍ଶ୍ବରେ ଜମି ରହିଥିବା ବାଲିକୁ କାଢିବା ସହିତ ଅନ୍ଧାରକୁ ଦୂରୀଭୂତ ନିମନ୍ତେ ଆଲେକିକରଣ କରିବା ପାଇଁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି।

 

Comments are closed.