ବେଆଇନ ବାଲି ଚାଲାଣ ନେଇ ଚଢଉ : ରରୁଆଁ ଅତିରିକ୍ତ ତହସିଲଦାର ଓ କର୍ମଚାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଘାଗରବେଡା ଥାନା ଅନ୍ତର୍ଗତ ଶଗୋଡ଼ା ଗାଁରେ ବେଇଆନ ବାଲି ଚାଲାଣ ବେଳେ ଚଢଉ ସମୟରେ ବାଲିଘାଟ ମାଫିଆ ଅତିରିକ୍ତ ତହସିଲଦାରଙ୍କୁ ସଙ୍ଘବଧ ଆକ୍ରମଣ କରିଛନ୍ତି। ଏ ନେଇ ଅତିରିକ୍ତ ତହସିଲଦାର ବିରସେନ ବେହେରା ଥାନା ଲିଖିତ ଅଭିଯୋଗ କରିଛନ୍ତି।

ଶୁକ୍ରବାର ଦିନ ଘାଗରବେଡା ଥାନା ଅନ୍ତର୍ଗତ  ଶଗଡ଼ା ଗାଁ ବୈତରଣୀ ନଦୀ ତୁଠରୁ ବେଆଇନ ବାଲି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରରୁଆଁ  ଅତିରିକ୍ତ ତହସିଲଦାରଙ୍କ ସହିତ ଅନ୍ୟ ଦୁଇ ଜଣ  ତହସିଲ କର୍ମଚାରୀ ଚଢଉ କରିବା ପାଇଁ ଯାଉଥିଲେ। ତେବେ ଶଗୋଡା ଗାଁ ନିକଟରେ ବାଲିଘାଟ ମାଫିଆ ତହସିଲ ଜିପକୁ ଅଟକାଇ  ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଅତିରିକ୍ତ ତହସିଲଦାର ଏବଂ ଅନ୍ୟ  କର୍ମଚାରୀଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଘାଗରବେଡା ଭାରପ୍ରାପ୍ତ ଥାନା ଅଧିକାରୀ ବାଲିଘାଟରେ ଚଢଉ କରି ଗୋଟିଏ ପୋକଲେନ ଗାଡିକୁ ଜବତ କରିଥିବା ବେଳେ ବାଲିମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ତେବେ ଏ ନେଇ ଘାଗରବେଡା ଥାନାରେ ୩୯/୨୦୨୦ ମୁତାବକ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

Comments are closed.