ବାଲି ବୋଝେଇ ଟ୍ରକ ଜବତ, ଜରିମାନା ଆଦାୟ

ଆଠଗଡ : ଆଠଗଡ ତହସିଲ ପକ୍ଷରୁ ଲଘୁଖଣିଜ ସାମଗ୍ରୀ ଚୋରା ଚାଲାଣ ଉପରେ ଚଢଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ନିଜେ ତହସିଲଦାର ଅନ୍ୟ କର୍ମଚାରୀଙ୍କ ସହ ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ କରିବା ସମୟରେ କୁଲାଇଲୋଠାରେ ଆବଶ୍ୟକୀୟ ଅନୁମତି ପତ୍ର ନଥିବା ଏକ ବାଲି ବୋଝେଇ ହାଇୱା ଟ୍ରକ ଜବତ କରିଥିଲେ । ସଂପୃକ୍ତ ଟ୍ରକ ମାଲିକଙ୍କ ଠାରୁ ୩୦,୪୯୦ଟଙ୍କା ଜରିମାନା ଆଦାୟ ପରେ ଟ୍ରକ୍‍ ଟିକୁ ଛାଡି ଦିଆଯାଇଥିଲା। ନିଜିଗଡ ସୁପରଭାଇଜର ପ୍ରଭାତ ଖୁଣ୍ଟିଆ, ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ରାଉଳ ଓ ମନୋଜ କୁମାର ଦାସ ପ୍ରମୁଖ ଏହି ଚଢଉରେ ଅଂଶଗ୍ରହଣ କରିଥିଲେ।

Comments are closed.