ଲୌହମାନବଙ୍କୁ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି

0

ପୁରୀ : ଆଜି ହେଉଛି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜନ୍ମତିଥି। ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  ବାଲୁକା କଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପୁରୀ ବେଳାଭୂମିରେ ଲୌହମାନବଙ୍କ ପ୍ରତିକୃତି ନିର୍ମାଣ କରିବା ସହ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ବା  ‘ଏକତା ପ୍ରତିମୂର୍ତୀ’   ନିର୍ମାଣ କରିଥିବା ଶିଲ୍ପୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବାଲୁକା କଳାରେ ପ୍ରାୟ ଚାରିଟନ୍‍ ବାଲି ବ୍ୟବହୃତ ହୋଇଛି।

Leave A Reply