ଭଙ୍ଗାଗଲା ସାନଛତା ମଠ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ସାନଛତା ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ଦ୍ବିତୀୟ ଦିନରେ ସାନଛତା ମଠ ଭଙ୍ଗା ଯାଇଛି। ଏହା ସହ ଆସନ୍ତାକାଲି ମଧ୍ୟ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନବୀକରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲଙ୍ଗୁଳି ମଠ, ଏମାର ମଠ ଏବଂ ବଡ଼ିଆଖଡ଼ା ମଠ ଉଚ୍ଛେଦ କରାଯାଇଛି। ମଙ୍ଗୁ ମଠର ମନ୍ଦିର ଓ ଗାଦି ଘରକୁ ଛାଡି ଦେଲେ ମଠର ବାକି ଘର ସବୁକୁ ଭାଙ୍ଗି ଦିଆଯାଇଛି।

 

Comments are closed.