ବଜାର ପ୍ରବେଶ କଲା ୭ ହଜାର ଏମଏଚ୍ ବ୍ୟାଟେରୀର ନୂତନ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏମ-୫୧

ନୂଆଦିଲ୍ଲୀ: ସାମସଙ୍ଗ ନୂତନ ସ୍ମାର୍ଟଫୋନ୍ ଗାଲାକ୍ସି ଏମ-୫୧ ଶୁକ୍ରବାର ପ୍ରଥମ ବିକ୍ରି ଅର୍ଥାତ୍ ଆଜି ମଧ୍ୟାହ୍ନ ୧୨ ଟାରେ ଆମାଜନ ଇଣ୍ଡିଆ ଏବଂ ସାମସଙ୍ଗର ଅନଲାଇନ୍ ଷ୍ଟୋରରେ ଆରମ୍ଭ କରିଛି। ଏହି ନୂତନ ସ୍ମାର୍ଟଫୋନ ଏମ-୫୧ରେ ୭,୦୦୦ ଏମଏଚର ଦମଦାର ବ୍ୟାଟେରୀ ଦିଆଯାଇଛି।

ସାମସଙ୍ଗ ଗାଲାକ୍ସି ଏମ -୫୧ର ମୂଲ୍ୟ ୨୪ ହଜାର ୯୯୯ ରହିଛି । ଏଥିରେ ଆପଣ ୬ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ପାଇବେ। ସେହିପରି ୮ଜିବି ରାମ ୧୨୮ଜି ଷ୍ଟୋରେଜ ମୋବାଇଲର ମୂଲ୍ୟ ୨୬ ହଜାର୯୯୯ ଟଙ୍କା ରହିଛି। ଏମ -୫୧ ପ୍ରାଥମିକ ପର୍ଯ୍ୟାୟରେ ବଜାରକୁ ୨ଟି ରଙ୍ଗର ଆସିଛି ଇଲେକ୍ଟ୍ରିକ୍ ବ୍ଲୁ ଓ ସ୍ଲାଷ୍ଟିକ୍ କଳା।

ଏମ-୫୧ ସାମସଙ୍ଗ ଫୋନରେ ୬.୭ଇଞ୍ଚର ସୁପର ଆଲମୋଲ୍ଡ ପ୍ଲସ୍ ଇନଫିନିଟି “ଓ” ଡିସପ୍ଲେ ଅଛି। ଏହା ବ୍ୟତୀତ କ୍ୱାଲକମର ସ୍ନାପଡ୍ରାଗନ୍ ପ୍ରୋସେସର ମଧ୍ୟ ରହିଛି।

କ୍ୟାମେରା ବିଷୟରେ କହିବାକୁ ଗଲେ ଗାଲାକ୍ସି ଏମ-୫୧ରେ ଏକ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ଅଛି। ମୁଖ୍ୟ ଲେନ୍ସ ୬୪ ମେଗାପିକ୍ସେଲ ରହିଛି। ଦ୍ୱିତୀୟଟି ୧୨ ମେଗାପିକ୍ସେଲ ଅଲଟ୍ରା ଲେନ୍ସ । ସେହିପିରି ତୃତୀୟ ଓ ଚତୁର୍ଥ ଲେନ୍ସଟି ୫ ମେଗାପିକ୍ସେଲ ରହିଛି। ଏହି ଫୋନରେ ସେଲଫି ପାଇଁ ୩୨ ମେଗାପିକ୍ସେଲର ସାମ୍ନା କ୍ୟାମେରା ଅଛି।

ସାମସଙ୍ଗ ଗାଲାକ୍ସି ଏମ-୫୧ ବ୍ୟାଟେରୀ ୭୦୦୦ ଏମଏଚ ବ୍ୟାଟେରୀ ସହିତ ୨୫ ୱାଟ ଫାଷ୍ଟ ଚାର୍ଜିଂ ଦେଇଛି।

Comments are closed.