ସାମସଙ୍ଗ୍‍ ଗ୍ୟାଲେକ୍ସି ନୋଟ-୯ର ବଜାର ପ୍ରବେଶ

0

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀର ‘ଗ୍ୟାଲେକ୍ସି ନୋଟ-୯’ର ଗୁରୁବାର ବଜାର ପ୍ରବେଶ କରାଯାଇଛି। ଭାରତୀୟ ବଜାରରେ ସାମସଙ୍ଗ୍‍ ଗ୍ୟାଲେକ୍ସି ନୋଟ-୯ ର ମୂଲ୍ୟ ୬୦ ହଜାରରୁ ୬୪ ହଜାର ମଧ୍ୟରେ ରହିବ ବୋଲି କୁହାଯାଉଛି। ସେହିପରି ୫୧୨ ଜିବି ଷ୍ଟୋରେଜ୍‍ ବିଶିଷ୍ଟ ଏହି ମଡେଲର ମୂଲ୍ୟ ୮୦ରୁ ୮୩ ହଜାର ଟଙ୍କା ମଧ୍ୟରେ ରହିବ। ଅଗଷ୍ଟ ୨୪ରୁ ଏହା ଫ୍ଲିପ୍‍କାର୍ଟରେ ଉପଲବ୍ଧ ହେବ। ଏଥିରେ ୬.୪ଇଞ୍ଚ୍‍ ଆସପେକ୍ଟ ରେସିୟୋର ଡିସପ୍ଲେ, ୨୯୬୦/୧୪୪୦ ରିଜୋଲ୍ୟୁସନ୍‍ ସହ ହାଉସ୍‍ ସୁପର ଏମୋଲେଡ୍‍ ଡିସ୍‍ପ୍ଲେ ଦିଆଯାଇଛି। ସାମସଙ୍ଗ୍‍ ଗ୍ୟାଲେକ୍ସି ନୋଟ-୯ର ପ୍ରୋସେସର ହେଉଛି କ୍ୱାଲାକମ୍‍ର ସ୍ନ୍ନାପଡ୍ରାଗନ୍‍ ୮୪୫। ଫୋନ୍‍ରେ ୮ଜିବି ରାମ୍‍ ଏବଂ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‍ ଦିଆଯାଇଛି। ୫୧୨ଜିବି ଷ୍ଟୋରେଜ୍‍ ଥିବା ମଡେଲ କିଛି ନିର୍ଦ୍ଧିଷ୍ଟ ବଜାରରେ ଉପଲବ୍ଧ ରହିଛି। ଏହି ଫୋନ୍‍ରେ ଡୁଆଲ ରିୟର କ୍ୟାମେରା ଏବଂ ତାର ଠିକ ତଳେ ଟିପଚିହ୍ନ ସେନସର ଦିଆଯାଇଛି। ଫୋନ୍‍ରେ ଆଣ୍ଡ୍ରଏଡ୍‍ ୮.୧ ଓରିୟୋ ଏବଂ ବ୍ୟାଟେରୀ କ୍ଷମତା ୪୦୦୦ଏମ୍‍ଏଚ୍‍ ରହିଛି।

Leave A Reply