ଡିସେମ୍ବର ୧୦ରେ ବଜାରକୁ ଆସିବ ‘ସାମସଙ୍ଗ ଗାଲାକ୍ସି ଏ-୮ଏସ’

0

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ଡିସେମ୍ବର ୧୦ତାରିଖରେ ବଜାରକୁ ଆଣିବ ତାର ଏକ ନୂଆ ସ୍ମାର୍ଟଫୋନ। ଯାହାର ନାମ ‘ସାମସଙ୍ଗ ଗାଲାକ୍ସି ଏ-୮ଏସ୍‍’। ଏହି ଫୋନର ଖାସ କଥା ହେଉଛି ଏହାର ଡିସପ୍ଲେର ଏକ କଣା ଥିବ ଯେଉଁଥିରେ କ୍ୟାମେରା ଦିଆଯାଇଥିବ। ଏହା ଭଲ ସେଲଫି କ୍ୟାମେରା ଦେବ। ଯାହାଦ୍ୱାରା ଆପଣ ଭଲ ସେଲଫି ଉଠାଇପାରିବେ।
ସାମସଙ୍ଗ ଗାଲାକ୍ସି ଏ-୮ଏସର ବିଶେଷତ୍ୱ
ଏପର୍ଯ୍ୟନ୍ତ ମିଳିଥିବା ଖବର ଏବଂ ପୋଷ୍ଟର ଅନୁସାରେ ସାମସଙ୍ଗ ଗାଲାକ୍ସି ଏ-୮ଏସ୍‍ ଫୋନ୍‍ରେ ଖାସ ଇନଫିନିଟି ଡିସପ୍ଲେ ମିଳିବ ଯାହାକୁ ଇନ୍‍ଫିନିଟି ଓ ଟାଇପ୍‍ ଡିସପ୍ଲେ ନାମ ଦିଆଯାଇଛି। ସାମସଙ୍ଗ ଗାଲାକ୍ସି ଏ-୮ଏସ୍‍ରେ ୬.୩୯ଇଞ୍ଚର ଫୁଲ ଏଚ୍‍ଡି ପ୍ଲସ ଡିସପ୍ଲେ ମଳିବ ଯାହାର ଆସପେକ୍ଟ ରେଶିୟୋ ୧୯.୫:୯। ଏହାବ୍ୟତୀତ ଫୋନରେ କ୍ୱାଲାକମ୍‍ର ସ୍ନାପଡ୍ରାଗନ ୭୧୦ପ୍ରୋସେସର, ୬ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ଏହି ଫୋନରେ ତିନୋଟି ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୨୪ମେଗାପିକ୍ସେଲ, ଦ୍ୱିତୀୟଟି ୫ମେଗାପିକ୍ସେଲ ଏବଂ ତୃତୀୟଟି ୧୦ମେଗାପିକ୍ସେଲର ହେବ। ଏହାର ଆଗପଟ କ୍ୟାମେରା ୨୪ମେଗାପିକ୍ସେଲର ହୋଇପାରେ ଯାହା ଡିସପ୍ଲେରେ ହିଁ ରହିବ। ଏହାବ୍ୟତୀତ ଫୋନରେ ୩୪୦୦ଏମ୍‍ଏଚର ବ୍ୟାଟେରୀ ଏବଂ ୟୁଏସବି ଚାର୍ଜିଙ୍ଗ ପୋର୍ଟ ଏବଂ ୩.୫ଏମ୍‍ଏମର ହେଡଫୋନ ଜ୍ୟାକ୍‍ ମିଳିବ।

Leave A Reply