ସାମସଙ୍ଗର ଏହି ସ୍ମାର୍ଟଫୋନରେ ମିଳିବ ୩ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ତାର ଏକ ନୂଆ ସ୍ମାର୍ଟଫୋନରେ ଶନିବାର ୩ହଜାର ଟଙ୍କାର ରିଆତି ଘୋଷଣା କରିଛି। ଏହି ଫୋନ ହେଉଛି ଗାଲାକ୍ସି ଏ୩୦ଏସ୍ । ସୂଚନା ଅନୁସାରେ, ସାମସଙ୍ଗର ଆଉ ଏକ ସ୍ମାର୍ଟଫୋନ ଗାଲାକ୍ସି ଏ୩୦ଏସ୍ ଫୋନରେ ହଜାରେ ଟଙ୍କାର ରିଆତି ମିଳିବ। ସେହିଭଳି ଗାଲାକ୍ସି ଏ୫୦ଏସ୍ ଫୋନରେ ୩ହଜାର ଟଙ୍କାର ରିଆତି ମିଳିବ। ରିଆତି ପରେ ଗାଲାକ୍ସି ଏ୫୦ଏସର ୪ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ଫୋନକୁ ୧୯ହଜାର ୯୯୯ଟଙ୍କା ମୂଲ୍ୟରେ କିଣିପାରିବେ। ସେହିଭଳି ଏହାର ୬ଜିବି ରାମ ଓ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୨୧ହଜାର ୯୯୯ଟଙ୍କା।
ସାମସଙ୍ଗ ଗାଲାକ୍ସି ଏ୩୦ଏସର ୪ଜିବି ରାମ ଓ ୬୪ଜିବି ଷ୍ଟୋରେଜର ୧୬ହଜାର ୯୯୯ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିବା ଫୋନକୁ ରିଆତି ପରେ ୧୫ହଜାର ୯୯୯ଟଙ୍କାରେ କିଣିପାରିବେ।

pic courtesy-The Smartphone news

ସାମସଙ୍ଗ ଗାଲାକ୍ସି ଏ୫୦ଏସ୍ ର ବିଶେଷତ୍ବ
ଏଥିରେ ୬.୪ଇଞ୍ଚର ଏଫଏଚଡି ପ୍ଲସ ସୁପର ଏମୋଲେଡ ଇନଫିନିଟି ୟୁ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ପିକ୍ସଲ ରହିଛି। ଏଥିରେ ଟିପଚିହ୍ନ ସେନସର ରହିଛି। ଫୋନରେ ଟ୍ରିପଲ ରିଅର କ୍ୟାମେରା ସେଟଅପ ରହିଛି। ଯେଉଁଥିରେ ୪୮ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୮ମେଗାପିକ୍ସେଲର ଅଲ୍ଟ୍ରା ୱାଇଣ୍ଡ ଆଙ୍ଗଲ ଏବଂ ୫ମେଗାପିକ୍ସେଲର ଡେପ୍ଥ ସେନସର ସାମିଲ ରହିଛି। ଫୋନରେ ସେଲଫି ପାଇଁ ୩୨ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ସଂଯୋଗ ପାଇଁ ଫୋନରେ ୪ଭିଓଏଲଟିଇ, ଜିପିଏସ୍, ୱାଥ-ଫାଇ ଏବଂ ୟୁଏସବି ପୋର୍ଟ ସି ଦିଆଯାଇଛି। ଏହାବ୍ୟତୀତ ଫୋନରେ ୪ହଜାର ଏମ୍ଏଚ୍ ବ୍ୟାଟେରୀ ରହିଛି।
ସାମସଙ୍ଗ ଗାଲାକ୍ସି ଏ୩୦ଏସର ବିଶେଷତ୍ବ
ଏହି ଫୋନରେ ମଧ୍ୟ ସାମସଙ୍ଗ ଗାଲାକ୍ସି ଏ୫୦ଏସ୍ ଭଳି ୬.୪ଇଞ୍ଚର ଏଚଡି ପ୍ଲସ ସୁପର ଏମୋଲେଡ ଇନଫିନିଟି ବି ଟିସପ୍ଲେ ରହିଛି। ଏଥିରେ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ଦିଆଯାଇଛି। ଏହାର ପଛପଟେ ଟ୍ରିପଲ ରିଅର କ୍ୟାମେରା ସେଟଅପ ଦିଆଯାଇଛି। ଯେଉଁଥିରେ ୨୫ମେଗାପିକ୍ସେଲର ମୁଖ୍ୟ କ୍ୟାମେରା, ୮ମେଗାପିକ୍ସେଲର ଅଲ୍ଟ୍ରା ୱାଇଣ୍ଡ ଆଙ୍ଗଲ ଏବଂ ୫ମେଗାପିକ୍ସେଲର ଡେପ୍ଥ ସେନସର ରହିଛି। ଏଥିରେ ସେଲଫି ପାଇଁ ୧୬ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ସଂଯୋଗ ପାଇଁ ଫୋନରେ ୪ଭିଓଏଲଟିଇ, ଜିପିଏସ୍, ୱାଇ-ଫାଇ ଏବଂ ୟୁଏସବି ପୋର୍ଟ ସି ଭଳି ଫିଚର୍ସ ରହିଛି। ଏହାବ୍ୟତୀତ କମ୍ପାନୀ ତରଫରୁ ଏଥିରେ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ଏବଂ ୪ହଜାର ଏମ୍ଏଚ୍ ବ୍ୟାଟେରୀ ଦିଆଯାଇଛି।

Comments are closed.