୪ରିୟର କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮)

0

ନୂଆଦିଲ୍ଲୀ : ସାମସଙ୍ଗର ଏକ ନୂଆ ସ୍ମାର୍ଟପୋନ ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮) ଭାରତୀୟ ବଜାରକୁ ପ୍ରବେଶ କରିଛି। ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮) ବିଶ୍ୱର ପ୍ରଥମ ଏଭଳି ଏକ ସ୍ମାର୍ଟଫୋନ ଯେଉଁଥିରେ ୪ରିୟର କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ଫୋନରେ ୬.୩ଇଞ୍ଚର ବଡ ଏବଂ ଇନଫିନିଟି ଡିସପ୍ଲେ ଦିଆଯାଇଛି। ସାମସଙ୍ଗର ଏହି ଫୋନକୁ ପୂର୍ବ ମାସରେ ମାଲେସିଆରର କ୍ୱାଲାଲମପୁରରେ ଲଞ୍ଚ କରାଯାଇଥିଲା। କ୍ୟାମେରାକୁ ନେଇ କମ୍ପାନୀର କହିବାକଥା ଜୁମ କରି ଫଟୋ ଉଠାଇଲେ ମଧ୍ୟ ଏଥିରେ ଫଟୋ ସମ୍ପୂର୍ଣ୍ଣ ସ୍ୱଚ୍ଚ ଦେଖାଯିବ।
ସାମସଙ୍ଗ ଗାଲାକ୍ସି ଏ-୯ ୨୦୧୮ର ବିଶେଷତ୍ୱ
ଏହି ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ ଏବଂ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୧୦୮୦/୨୨୮୦ ପିକ୍ସେଲ। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୬୦ପ୍ରୋସେସର, ୬/୮ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ମିଳିବ ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନଟି ଗ୍ଳାସ ଏବଂ ମେଟାଲରେ ତିଆରି। ଏହି ଫୋନରେ ୪ରିୟର କ୍ୟାମେରା ରହିଛି ଯେଉଁଥିରେ ୨୪ମେଗାପିକ୍ସେଲର ମୁଖ୍ୟ ଲେନ୍ସ ରହିଛି ଯାହାର ଅପର୍ଚର ଏଫ/୧.୭ ରହିଛି। ଅନ୍ୟ ଲେନ୍ସଟି ୧୦ମେଗାପିକ୍ସେଲର ଟେଲିଫଟୋ ରହିଛି ଯେଉଁଥିରେ ୨ଏକ୍ସ ଆକ୍ଟିକଲ ଜୁମ ମିଳିଥାଏ। ତୃତୀୟ ଲେନ୍ସଟି ୮ମେଗାପିକ୍ସେଲର ଅଲ୍ଟ୍‍ା ୱାଇଡ ଆଙ୍ଗେଲର ଏବଂ ଚତୁର୍ଥ ଲେନ୍ସ ୫ମେଗାପିକ୍ସେଲର ରହିଛି। ୪ଟି ଯାକ କ୍ୟାମେରା ଉପରୁ ତଳ ପର୍ଯ୍ୟନ୍ତ ରହିଛି। ଏହାର ଆଗପଟ କ୍ୟାମେରା ୨୪ମେଗାପିକ୍ସେଲ।


ସାମସଙ୍ଗ ଗାଲାକ୍ସି ଏ-୯ ୨୦୧୮ର କନେକ୍ଟିଭିଟି
ଏଥିରେ ୩୮୦୦ଏମଏଚର ବ୍ୟାଟେରୀ ରହିଛି ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିବ। ଏହାବ୍ୟତୀତ ଏଥିରେ ସଂଯୋଗ ପାଇଁ ୪ଜି ଭିଓଏଲଟିଇ, ବ୍ଲୁଟୁଥ ଭି୫.୦, ୟୁଏସବି ଟାଇପ ସି, ଏନଏଫସି ଏବଂ ୩.୫ ଏମ୍‍ଏଚ୍‍ର ହେଡଫୋନ ଜ୍ୟାକ ମିଳିବ। ଏହି ଫୋନର ପ୍ରି-ବୁକିଙ୍ଗ ୨୦ନଭେମ୍ବର ମଙ୍ଗଳବାର ଠାରୁ ଆରମ୍ଭ ହୋଇ ସାରିଛି। ଏହି ଫୋନ ଉଭୟ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରୁ କିଣିପାରିବେ। ଫୋନର ୬ଜିବି ରାମ ଏବଂ ୧୨୮ଜିବି ମଡେଲର ମୂଲ୍ୟ ୩୬,୯୯୦ଟଙ୍କା ଏବଂ ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୩୯,୦୦୦ଟଙ୍କା। ଫୋନକୁ ସାମସଙ୍ଗ ଅନଲାଇନ ଷ୍ଟୋର, ଏୟାରଟେଲ ଷ୍ଟୋର, ଅମାଜନ, ପେଟିଏମ ମଲ ଏବଂ ଫ୍ଲିପକାର୍ଟରୁ ବୁକ କରିପାରିବେ। ଫୋନର ବିକ୍ରି ୨୮ନଭେମ୍ବରରୁ ଆରମ୍ଭ ହେବ। ଫୋନକୁ ଏଚଡିଏଫସିର ଡେବିଟ ଏବଂ କ୍ରେଡିଟ କାର୍ଡରେ ପେମେଣ୍ଟ କରିବାଦ୍ୱାରା ୩୦୦୦ଟଙ୍କାର କ୍ୟାସବ୍ୟାକ ପାଇପାରିବେ।

Leave A Reply