ଭାରତୀୟ ବଜାରକୁ ଆସିଲା ‘ସାମସଙ୍ଗ୍‍ ଗିଅର ଆଇକନ୍‍-ଏକ୍ସ୍ ଇଅର ଫୋନ

0

ସାମସଙ୍ଗ୍‍ କମ୍ପାନୀ ଭାରତରେ ‘ଗିଅର ଆଇକନ-୍‍ଏକ୍ସ’ ୨୦୧୮ ନାମକ ଏକ ନୂଆ ଇଅର ଫୋନ୍‍ ଲଞ୍ଚ୍‍ କରିଛି। ଏହାର ଓଜନ ପୂର୍ବରୁ ଲଞ୍ଚ୍‍ ହୋଇଥିବା ଇଅର ଫୋନ୍‍ ଅପେକ୍ଷା ବହୁତ କମ୍‍। ସାମସଙ୍ଗ୍‍ କମ୍ପାନୀ ଏହି ଡିଜାଇନ୍‍କୁ ୪ଜିବି ରାମ୍‍ ସହିତ ଲଞ୍ଚ୍‍ କରିଛି। ଏହା କଳା ରଙ୍ଗରେ ଉପଲବ୍ଧ ହେବ। ଏହାକୁ ଆପଣ ଅଫଲାଇନ୍‍ ଏବଂ ଅନଲାଇନ୍‍ ଉଭୟ ଷ୍ଟୋରରୁ କିଣିପାରିବେ।
‘ଗିଅର ଆଇକନ୍‍-ଏକ’୍ସର ଫିଚରସ୍‍
ଏଥିରେ ଆପଣ ୟୁଏସ୍‍ବି ସାହାଯ୍ୟରେ ଗୀତ ସ୍ଥାନାନ୍ତରିତ କରିପାରିବେ। ଏହାସହିତ ଏଥିରେ ମୋବାଇଲ ଏବଂ କମ୍ପ୍ୟୁଟରରୁ ଗୀତ ରଖି ପାରିବେ। ଏଥିରେ କଲ୍‍ ଉଠାଇବାର ସୁବିଧା ମଧ୍ୟ ରହିଛି।
ସାମସଙ୍ଗ୍‍ କମ୍ପାନୀ ଏଥିରେ ଭଏସ୍‍ ଆସିଷ୍ଟାଣ୍ଟ୍‍ ଏବଂ ଫାଷ୍ଟ ଚାର୍ଜିଙ୍ଗର ସୁବିଧା ରଖିିଛି। କମ୍ପାନୀର କହିବାକଥା ଥରେ ଚାର୍ଜ କଲେ କ୍ରମାଗତଭାବେ ୫ଘଣ୍ଟା ପର୍ଯ୍ୟନ୍ତ ଆପଣ ଏଥିରେ ଗୀତ ଶୁଣିପାରିବେ।
‘ଗିଅର ଆଇକନ୍‍-ଏକ୍ସ’ ୨୦୧୮ର ମୂଲ୍ୟ ୧୩,୯୯୦ଟଙ୍କା ରଖାଯାଇଛି। ଏହାକୁ ଟ୍ରାକିଙ୍ଗ୍‍ ଡିଭାଇସ୍‍ ମାଧ୍ୟମରେ ସଂଯୋଗ କରିପାରିବେ। ଏହି ଇଅର୍‍ ଫୋନ ଆପଣ ସାମସଙ୍ଗ୍‍ ଷ୍ଟୋର୍‍ ଏବଂ ଫ୍ଲିପ୍‍କାର୍ଟରୁ କିଣିପାରିବେ।

Leave A Reply